ବଲାଙ୍ଗିର ଜିଲ୍ଲା କରାଟେ ସଂଘର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ଉତ୍କଳ କରାଟେ ସ୍କୁଲ ପ୍ରାଙ୍ଗଣରେ ୩୪ତମ ଓଡିଶା ରାଜ୍ୟସ୍ତରୀୟ ସବ୍‌ ଜୁନିୟର ୧୩ ବର୍ଷରୁ କମ୍‌ ବାଳିକା ବାଳକ ବିଭାଗରେ କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୪୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବଲାଙ୍ଗିର ଜିଲ୍ଲାରୁ ୧୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରି ୧ ସ୍ୱର୍ଣ୍ଣ, ୫ ରୌପ୍ୟ ଓ ୨ଟି ତାମ୍ର ମୋଟ ୮ଟି ପଦକ ହାସଲ କରିଛନ୍ତି । ବାଳିକା ବିଭାଗରେ ୫୫ କେଜି ଅଭିପସା ହୋତା ସ୍ୱର୍ଣ୍ଣ, ତମନ୍ନା ମେହେର ୪୦ କେଜି ରୌପ୍ୟ, ଆୟୁସି ସିଂ ବାରିକ ୩୫ କେଜି ରୌପ୍ୟ, ତନିସ୍କା ଶର୍ମା ୩୫ କେଜି ରୌପ୍ୟ ଓ ସେହିପରି ବାଳକ ବିଭାଗରେ ୪୦ କେଜି ବର୍ଗରେ ରାଜୁ ସାହୁ ରୌପ୍ୟ, ଅଂଶୁମାନ ସୃଷ୍ଟି ୪୦ କେଜି ବର୍ଗରେ ରୌପ୍ୟ, ଲୋକେଶ ବାଗ ୩୦ କେଜି ତାମ୍ର, ପ୍ରତାପ ସାହୁ ତାମ୍ର ପଦକ । ଏହି ପ୍ରତିଯୋଗୀ ମାନେ କୁମିତେ (ଫାଇଟ)ରେ ପଦକ ହାସଲ କରି ବଲାଙ୍ଗିର ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ୯ ଓ ୧୦ ନଭେମ୍ବର ୨ ଦିନ ଧରି ଅନ୍ତଃ ରାଜ୍ୟ କରାଟେ ଜଜ୍‌ ଓ ରେଫରି ପରୀକ୍ଷା ହୋଇଥିଲା । ଏଥିରେ ସେନ୍‌ସାଇ ସୁରେଶ ଜାଲ ଏ ଗ୍ରେଡ ରେଫରି, ଗୋପାଳ ଦୀପ ରେଫରି ବି ଓ ବ୍ୟୋମକେଶ ବେହେରା ଜଜ୍‌ ବି ପରୀକ୍ଷାରେ ପାସ କରି ଏହି ପ୍ରତିଯୋଗିତାରେ ଭାର ତୁଳାଇଥିବା ବେଳେ ହୃଦୟ ଶବର ଓ ଚନ୍ଦ୍ର ଶେଖର ସେଠ ଅଫିସିଆଲ ଭାବେ ଭାର ତୁଳାଇଥିଲେ । ଉଦ୍‌ଯାପନୀ ଉତ୍ସବରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଏବଂ ଦୂରଦର୍ଶୀ ପତ୍ରିକାର ସଂପାଦକ ଦୁର୍ଗା ପ୍ରସାଦ ସାମନ୍ତରାୟ ଓ ଓଡିଶା ସିପକ୍‌ ଟାକ୍ରୋ ସଂଘର ସଂପାଦକ ପୃଥ୍ୱୀରାଜ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କରାଟେ ସଂଘର ସଭାପତି ଡ.ହରିପ୍ରସାଦ ପଟ୍ଟନାୟକ, ସଂପାଦକ ଗୌରୀ ମହାନ୍ତି ମଞ୍ଚାସୀନ ଥିଲେ । ଏହି ପଦକ ହାସଲ କରିଥିବା ବାଳକ ଓ ବାଳିକାଙ୍କୁ ରେଫରି, ଜଜ୍‌ ଓ ଅଫିସିଆଲ ମାନଙ୍କ ସଫଳତାରେ ବଲାଙ୍ଗିର ଜିଲ୍ଲା କରାଟେ ସଂଘ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.

11 + 11 =