ପୋଲିସ ହାଇସ୍କୁଲରେ ଶିଶୁ ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୂର୍ବାହ୍ନରେ ସ୍ଥାନୀୟ ପୋଲିସ ହାଇସ୍କୁଲ ପରିସରରେ ଶିଶୁ ଦିବସ ପାଳନ ହୋଇ ଚାଚା ନେହେରୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିରାଟ କେଶରୀ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷକ କିଶୋର ଚନ୍ଦ୍ର ବିଶ୍ୱାଲ, ସରୋଜ କୁମାର ମାଝି, ରାଜେନ୍ଦ୍ର କୁମାର ବନଛୋର ଏବଂ କୃଷ୍ଣପ୍ରିୟା ପଣ୍ଡା ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ, ତୃତୀୟ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ଦିଆଯାଇଥିଲା । ଶେଷରେ ମିଷ୍ଟାନ୍ତ ବଣ୍ଟନ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା । ଶରତ ନାଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

5 × 3 =