pakka

ଆନ୍ତର୍ଜାତିକ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟନ

bbehera

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ବିଶ୍ୱ ଭିନ୍ନକ୍ଷମ ଦିବସ ଓ ଗୋଷ୍ଠୀ ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଙ୍ଗୋମୁଣ୍ଡା ବିଇଓ ବୈକୁଣ୍ଠ ନାଥ ଶବରଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଏବିଇଓ ଜୟନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ବିଆରଟି ଲକ୍ଷ୍ମୀକାନ୍ତ ଷଡଙ୍ଗୀ ସଂଯୋଜନା କରିଥିବା ବେଳେ ବିଆରଟି ସଦାଶିବ ରଣା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସୁଜିତ ଦଳେଇ, ତରୁଣ ବେହେରା, ଅଜୟ ଖୁରା, ରମେଶ ବେହେରା ଓ ପ୍ରହଲାଦ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

13 − one =