csstore

ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ-୨୦୨୨ ସମାହିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାସ୍ତରୀୟ ବିଶ୍ୱ ଦିବ୍ୟାଙ୍ଗ ଦିବସ ଜିଲ୍ଲା ସଦର ମହକୁମା ଛତ୍ରପୁର ମୁଖ୍ୟ ଷ୍ଟାଡିୟମରେ ଶନିବାର ସନ୍ଧ୍ୟାରେ ସମାହିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସମସ୍ତ ସିଆରସିସି, ବିଆରସିସି, ସମସ୍ତ ବିଇଓ, ଜିଲ୍ଲାର ସମସ୍ତ ଗୋଷ୍ଠୀ ସମ୍ବଳ ଶିକ୍ଷକ, ଶିକ୍ଷୟିତ୍ରୀ, ପରାମର୍ଶଦାତା, ଜିଲ୍ଲାର ବହୁ ଶିକ୍ଷା ବିଭାଗ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ସମଗ୍ର ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଯୋଗଦେଇ ପ୍ରତିଭା ବିକାଶ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲାର ବିଦ୍ୟାଳୟସ୍ତରୀୟ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ, ଶିକ୍ଷାଭିତ୍ତିକ ପ୍ରଦର୍ଶନୀ ଷ୍ଟଲମାନ ଖୋଲା ଯାଇ ଜ୍ଞାନର ଜାଗରଣ ସୃଷ୍ଟି କରାଯାଇଥିଲା । ଗଞ୍ଜାମ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଲୀନାକୁମାରୀ ଖେସ୍ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗ ପିଲାମାନଙ୍କୁ ପୁରସ୍କାର ଦେଇ ଉତ୍ସାହିତ କରିଥିଲେ ଏବଂ ଦିବ୍ୟାଙ୍ଗ ପିଲାମାନଙ୍କୁ ଟ୍ରାଇସାଇକେଲ ଓ ବିଭିନ୍ନ ଉପକରଣ ବିତରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି.କୀର୍ତ୍ତିଭାସନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନେକ ଦିଗଦର୍ଶନ ଦେଇଥିଲେ । ଜିଲ୍ଲା ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାସ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ବିନୀତା ସେନାପତି, ଛତ୍ରପୁର ହେଡକ୍ୱାଟର ବିଇଓ ସୀତାରାମ ପାତ୍ର ପ୍ରମୁଖ ବହୁ ପଦାଧିକାରୀ, ଗଣ୍ୟମାନ୍ୟ ଅତିଥି ଯୋଗ ଦେଇଥିଲେ । ସମଗ୍ର ଶିକ୍ଷାଭିଯାନ କାର୍ଯ୍ୟାଳୟର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡ଼ା, ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସକ୍ରିୟ ପରିଚାଳନା କରିଥିଲେ ।

jayashree
Leave A Reply

Your email address will not be published.