pakka

କଣ୍ଟାବାଞ୍ଜିରେ ବିକାଶ ଗ୍ରୁପ୍‌ର ସ୍କୁଲ ଉଦ୍‌ଘାଟନ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବ୍ୟବସାୟିକ ସହରରେ ବିକାଶ ଗ୍ରୁପ୍‌ର ବିକାଶ ଟେକ୍‌ନୋ ସ୍କୁଲର ଶୁଭ ଉଦ୍‌ଘାଟନ ରବିବାର ସନ୍ଧ୍ୟାରେ ହୋଇଯାଇଛି । ପୂର୍ବରୁ ଏହି ବିଦ୍ୟାଳୟ ମୁସ୍କାନ୍ ଇଣ୍ଟର୍‌ନେସନାଲ୍‌ ସ୍କୁଲ ନାମରେ ପରିଚିତ ଥିଲା । ମୁସ୍କାନ ଇଣ୍ଟର୍‌ନେସନାଲ୍‌ ସ୍କୁଲର ପ୍ରତିଷ୍ଠାତା ବ୍ରିଜେଶ ଅଗ୍ରୱାଲଙ୍କ ପ୍ରଚେଷ୍ଟା ଏବଂ ବିକାଶ ଗ୍ରୁପ୍‌ର ଉଦ୍ୟମରେ କଣ୍ଟାବାଞ୍ଜିରେ ଉତ୍ତମମାନର ଶିକ୍ଷା ମିଳି ପାରିବ ବୋଲି ବକ୍ତାମାନେ କହିଥିଲେ । ଏହି ଅବସରରେ ଅବସରପ୍ରାପ୍ତ ଆଇଆର୍‌ଏସ୍‌ ଶ୍ରୀକାନ୍ତ ଚାଟାର୍ଜୀ (ମୁଖ୍ୟ ଅତିଥି) କଣ୍ଟାବାଞ୍ଜି ଏନ୍‌ଏସି ଅଧ୍ୟକ୍ଷ ବରିୟାମ ସିଂ ସାଲୁଜା, ବିକାଶ ଗ୍ରୁପ ଡାଇରେକ୍ଟର ଡି. ନାଗେଶ୍ଵର ରାଓ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିକାଶ ଗ୍ରୁପ୍‌ର ସମସ୍ତ ଡାଇରେକ୍ଟର ସାମିଲ ଥିଲେ ।

jay balangir
Leave A Reply

Your email address will not be published.

two × one =