pakka

ମୁରିବାହାଲ ପଂଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ : ଉଦ୍‌ଘାଟନୀ ମ୍ୟାଚ୍‌ରେ ବଙ୍ଗୋମୁଣ୍ଡା ଦଳ ବିଜୟୀ

bbehera

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପଂଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆଦିବାସୀ ଯୁବକ ସଙ୍ଘ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ମା’ ବସ୍ତ୍ରେନ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ରେ ବଙ୍ଗୋମୁଣ୍ଡା ଦଳ ବିଜୟୀ ହୋଇ ସେମିଫାଇନାଲରେ ପହଂଚିଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ସଦର ପଂଚାୟତର ସରପଞ୍ଚ ବିଶ୍ୱବିହାରୀ ଯୋଶୀ ମୁଖ୍ୟ ଅତିଥି ରୂପେ ଉପସ୍ଥିତ ରହି ଟୁର୍ଣ୍ଣାମେଣ୍ଟର କ୍ରୀଡ଼ା ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ପ୍ରଦୀପ ପୁଟେଲ, ବିଶିଷ୍ଟ କ୍ରୀଡ଼ାବିତ ରମାରଞ୍ଜନ ପାତ୍ର ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ଦିନର ଖେଳ ବଙ୍ଗୋମୁଣ୍ଡା ସହିତ ପତ୍ରାପାଲି(ଖ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ବଙ୍ଗୋମୁଣ୍ଡା ଦଳ ୧/୦ ଗୋଲରେ ପତ୍ରାପାଲି(ଖ) ଦଳକୁ ହରାଇ ବିଜୟୀ ହୋଇଥିଲା । ଆୟୋଜକ ଟୁର୍ଣ୍ଣାମେଣ୍ଟ କମିଟି ସଭାପତି ଅଭିଳାଷ ବଘାର, ଉପସଭାପତି ଯୁବରାଜ ଭୋଇ, ସମ୍ପାଦକ ମନୋଜ ଭୋଇ, ସହ ସଂପାଦକ ଦୁର୍ବାଦଳ ଭୋଇ, କୋଷାଧ୍ୟକ୍ଷ ଖଗେଶ୍ୱର ଭୋଇ, ଉପଦେଷ୍ଟା ଶ୍ରୀବତ୍ସ ବେହେରା, ଶ୍ରୀପତି ଷାଣ୍ଢ, ଶମ୍ଭୁ ପ୍ରସାଦ ଭୋଇ, କେଦାର ବଡ଼ଜେନା, ସୁଦାମ ବଘାର, ପିଙ୍କୁ ଭୋଇ ଯୋଗଦାନ କରିଥିବା ବେଳେ ଆଦିବାସୀ ଯୁବକ ସଂଘର ସଦସ୍ୟ ଅନିଲ ଭୋଇ, ଓଁକାର ଭୋଇ, ଚୂଡ଼ାମଣି ଭୋଇ, ଚତୁର ମାଝୀ, ଗୋବିନ୍ଦ ଭୋଇ, ରିଙ୍କୁ ଭୋଇ, କ୍ରିଷ୍ଣା ଭୋଇ, ସୁଧାଂଶୁ ଭୋଇ, ପ୍ରବୀଣ ଭୋଇ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଖେଳ ପରିଚାଳନା ବରିଷ୍ଠ ରେଫରୀ ଶ୍ରୀବତ୍ସ ବେହେରା କରିଥିବା ବେଳେ ଗଣେଶ ଭୋଇ ଓ ଯୁବରାଜ ଭୋଇ, କବିରାଜ ବାଗ ସହଯୋଗ କରିଥିଲେ । ଧାରାବିବରଣୀ ଲିଲୁ ମୋହନ ପଧାନ ପ୍ରଦାନ କରିଥିଲେ । ଆସନ୍ତାକାଲି ଟିଟିଲାଗଡ଼ ସହ ମୁରିବାହାଲ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତରୁ ପ୍ରକାଶ ।

jay balangir
Leave A Reply

Your email address will not be published.

8 − 3 =