ବଣିବନ୍ଧ ସଂରକ୍ଷିତ ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର

ଚୌଦ୍ୱାର/ଗୁରୁଡ଼ିଝାଟିଆ : ଗୁରୁଡ଼ିଝାଟିଆ ପୁଲିସ ଖୁଣ୍ଟୁଣୀ ରେଂଜର ବଣିଆବନ୍ଧ ସଂରକ୍ଷିତ ଜଙ୍ଗଲରୁ ଦୁଇ ଜଣଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ହେଲେ ସେମାନଙ୍କ ପରିଚୟ ଜଣା ପଡ଼ିନାହିଁ । ସୂଚନା ଅନୁସାରେ ଘଟଣାସ୍ଥଳରୁ ପୁଲିସ ଦୁଇଟି ମୋବାଇଲ ଜବତ କରିବା ସହ ମଦ ବୋତଲ ଓ ବିଷ ବୋତଲ ଜବତ କରିଛି । ଉଭୟଙ୍କ ମୃତ୍ୟୁ ୫ ଦିନ ହେବ ହୋଇଥିବା ପୁଲିସ ଅନୁମାନ କରୁଛି । ଘଟଣାସ୍ଥଳରୁ ଜବତ ମୋବାଇଲ ବନ୍ଦ ରହିଥିବା ବେଳେ ପୁଲିସ ମୋବାଇଲ ଖୋଲିବା ପରେ ସେମାନଙ୍କ ପରିଚୟ ଜଣା ପଡିବ ବୋଲି ଗୁରୁଡ଼ିଝାଟିଆ ଆଇଆଇସି ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × 2 =