csstore

ଏସ୍‌ପିଏଲ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ସାଉନ୍ତପୁର ଗ୍ରାମରେ ଇନଫୋ ସୋଲୁସନ ଦ୍ଵାରା ଆୟୋଜିତ ହୋଇଯାଇଛି ଧମାକା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଏସ୍‌ପିଏଲ୍ । ଏହି ଟୁର୍ଣ୍ଣାମେଣ୍ଟରେ ୫ଟି ଦଳ ଅଂଶଗ୍ରହଣ କରିଥିଲେ । ରୋହିତ ସୁନାଙ୍କ ଦଳ ବ୍ଲାକ୍ ଟାଇଗର, ଉଦୟନାଥ ସୁନାଙ୍କ ଦଳ ଇଗଲ୍ ରାଇଡର୍, ସୁଜୁ ସୁନାଙ୍କ ଦଳ ମହାକାଳ, ମଣ୍ଟୁ ହରପାଲଙ୍କ ଦଳ କୋଶଲ ସାମୁରାଇ, କ୍ଷୀରୋଦ ନନ୍ଦଙ୍କ ଦଳ ସାଉନ୍ତପୁର ଲାୟନ୍ସ୍ ଦଳ ଭାଗ ନେଇଥିବା ବେଳେ ଆଜି ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେଚା ହରିପାଲ୍ ଯୋଗ ଦେଇ ଏହି ମ୍ୟାଚ୍‌ର ଶୁଭାରମ୍ଭ କରିଥିଲେ । ସଭାପତି ରୋହିତ ସୁନା, ସଂପାଦକ ଶରତ ନନ୍ଦ ଉପସ୍ଥିତ ରହିଥିଲେ । ଆଜିର ମ୍ୟାଚ୍‌କୁ ସୁବଲ ସୁନା ଏବଂ ଜିତେନ ନନ୍ଦ ପରିଚାଳନା କରିଥିଲେ । କାହ୍ନା, ବୁଣ୍ଟୁ, ସାନୁ, ମହେଶ୍ୱର ସୁବଲ, ଫିରୋଜ, ସୁଜିତ ଏବଂ ଟୁକୁ ପ୍ରମୁଖ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ତିନିଦିନ ଧରି ଚାଲିବ ବୋଲି କମିଟି ପକ୍ଷରୁ କୁହାଯାଇଛି । ଆଇପିଏଲ ଫର୍ମାଟରେ ଏହି ସବୁ ମ୍ୟାଚ୍‌ ହେଉଥିବା ବେଳେ ଦର୍ଶକ ଭରପୁର ମଜା ନେଉଥିବା ସୂଚନା ମିଳିଛି ।

jayashree
Leave A Reply

Your email address will not be published.