pakka

ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ‘ଡିୟର ଜିନ୍ଦେଗୀ’ କାର୍ଯ୍ୟଶାଳା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେସିଆଇ ବଲାଙ୍ଗିର ସିଟି ଦ୍ୱାରା ‘ଡିୟର ଜିନ୍ଦେଗୀ’ କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଯାଇଛି । ସୃଷ୍ଟି ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ପ୍ରଶିକ୍ଷକ ଜେସି ଜାକିର ହୁସେନ୍ ତାଙ୍କ ପ୍ରଭାବଶାଳୀ ବକ୍ତବ୍ୟ ଦ୍ୱାରା ୧୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କ ହୃଦୟକୁ ଆକର୍ଷିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଣେ ସାହସୀ ସୈନିକଙ୍କ ପତ୍ନୀ ଶ୍ରୀମତୀ ସୌଦାମିନୀ ପ୍ରଧାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ସଂସ୍ଥାରୁ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସଚିବ ଅଭିଲାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ସଫଳ କରିବାରେ ରାଜେଶ ଅଗ୍ରୱାଲ ଏବଂ ଶ୍ରୀମତୀ ଅନୀତା ଅଗ୍ରୱାଲ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

1 × 4 =