pakka

ଆଜି ବଲାଙ୍ଗିର ଜିଲ୍ଲାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ : ଭୋଟର୍‌ଙ୍କ ମଧ୍ୟରେ ବେଶ୍‌ ଉତ୍ସାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ଭୋଟର୍‌ଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି । ଆଜି ଜିଲ୍ଲାର ବଲାଙ୍ଗିର ସଦର, ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ରେ ଭୋଟ ଗ୍ରହଣ ହେଉଥିବା ବେଳେ ବିଭିନ୍ନ ବୁଥ୍‌ରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ଖବର ଆସୁଛି । ଏହି ତିନୋଟି ଯାକ ବ୍ଲକ୍‌ରେ ରାଜନୀତିକ ପତିଆରାର ବିଶେଷ ଫାଇଟିଂ ଦେଖିବାକୁ ମିଳିଛି । ରାଜନୀତିକ ବାତାବରଣ ଅନୁସାରେ ସଂପୃକ୍ତ ତିନୋଟି ବ୍ଲକ୍‌ର ଫଳାଫଳ ବିଶେଷ ଗୁରୁତ୍ୱ ବହନ କରୁଥିବା ଯୋଗୁଁ ତିନୋଟି ବ୍ଲକ୍‌ର ବିଭିନ୍ନ ଅଂଚଳରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ତୁଙ୍ଗ ନେତାମାନଙ୍କୁ ଭୋଟ ପ୍ରଚାର ସମୟରେ ଘର ଘର ବୁଲି ଭୋଟ୍‌ ପାଇଁ ଅନୁରୋଧ କରାଯାଉଥିବା ଦେଖିବାକୁ ମିଳିଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବୁଥ୍‌ ଗୁଡ଼ିକୁ ଚିହ୍ନଟ କରାଯାଇ ଉଚିତ୍‌ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.

1 × 2 =