pakka

ଅନ୍‌ଲାଇନ୍‌ ଠକେଇ ବଢ଼ୁଛି, ସତର୍କ ରୁହନ୍ତୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନ୍‌ଲାଇନ୍‌ ଆର୍ଥିକ କାରବାର ବ୍ୟସ୍ତବହୁଳ ଜୀବନ ପାଇଁ ନୂଆ ଆଶାର ସଂଚାର କରିଥିବା ବେଳେ ଏହାର ଫାଇଦା ନେବାକୁ ଜଗି ବସିଛନ୍ତି ସାଇବର୍‌ ଲୁଟେରା । ନାନା ପ୍ରକାର ଲଟେରୀ ଲୋଭ ଦେଖାଇ କିମ୍ବା ଟେକ୍ନିକାଲ୍‌ ବିଷୟକୁ ନେଇ ଭୂଆଁ ବୁଲାଇ ଲୋକଙ୍କ ଆକାଉଣ୍ଟରେ କଳାକନା ବଲାଇ ଦେଉଛନ୍ତି । ଇଣ୍ଟର୍‌ନେଟ୍‌ ସାହାଯ୍ୟରେ ଲୁଟ୍‌ ଘଟଣା ଏବେ ପ୍ରତ୍ୟହ ଲୋକଲୋଚନକୁ ଆସୁଛି । ଏଥିପାଇଁ ସରକାରଙ୍କ ପକ୍ଷରୁ ବାରମ୍ବାର ସତର୍କ ସୂଚନା ଜାରି କରାଯାଉଥିବା ବେଳେ ଠକାମୀରୁ ରକ୍ଷା ପାଇବା ପାଇଁ ସଚେତନ କରାଯାଉଛି । ତଥାପି କିନ୍ତୁ ହ୍ୟାକର୍‌ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ତଥା ଓଟିପି କୌଶଳ କ୍ରମେ ହାସଲ୍‌ କରି ଲୋକଙ୍କ ଆକାଉଣ୍ଟରୁ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କୌଣସି ଅଜ୍ଞାତ ଲିଙ୍କ୍‌ ଠିକ୍‌ ଭାବରେ ନବୁଝି ସେଥିରେ କ୍ଲିକ୍‌ କରିବା ଦ୍ୱାରା ମଧ୍ୟ ଲୋକେ ଠକେଇର ଶୀକାର ହେଉଥିବା କୁହାଯାଉଛି । ଏଥିପ୍ରତି ସମସ୍ତେ ସଚେତନ ହେବା ନିହାତି ଆବଶ୍ୟକ ।

Leave A Reply

Your email address will not be published.

11 − five =