pakka

ଟ୍ରେନିଂ ଗଲେ ତହସିଲଦାର, ଡେଲାଙ୍ଗ ବିଡ଼ିଓଙ୍କୁ ଅତିରିକ୍ତ ଦାୟିତ୍ୱ

bbehera

ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗର ତହସିଲଦାରଙ୍କୁ ପ୍ରାଶାସନିକ ପ୍ରଶିକ୍ଷଣ ନେବା ପାଇଁ ସରକାରୀ ଆଦେଶ ମିଳିବା ପରେ ତାଙ୍କ ସ୍ଥାନରେ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିବା ଜଣାପଡିଛି ।ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପତ୍ର ସଂଖ୍ୟା ୧୬୭୯୫, ତା-୨୩/୫/୨୨ ଆଦେଶ ମୁତାବକ ଡେଲାଙ୍ଗ ତହସିଲଦାର ନିବେଦିତା ପରିଡାଙ୍କୁ ୬/୬/୨୨ ଠାରୁ ୧୦ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ପ୍ରଶିକ୍ଷଣ ନେବାପାଇଁ ଶନିବାର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ମିଳିଛି । ତେବେ ଡେଲାଙ୍ଗରେ ସମ୍ପ୍ରତି ଦାୟିତ୍ଵରେ ଥିବା ତହସିଲଦାର ସୁଶ୍ରୀ ପରିଡା ପ୍ରଶିକ୍ଷଣ ଅବଧି ଶେଷ କରି ପୁନଶ୍ଚ ତାଙ୍କ ଦାୟିତ୍ୱ ଗ୍ରହଣ କରିବା ପର୍ଯ୍ୟନ୍ତ ଡେଲାଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କୁ ତହସିଲଦାର ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବାକୁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି । ସେହିପରି ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବା ଅବଧି ମଧ୍ୟରେ ସମସ୍ତ ଆର୍ଥିକ ଦେଣନେଣ କାର୍ଯ୍ୟ ତୁଲାଇବା ପାଇଁ ବିଡ଼ିଓ ଶ୍ରୀ ଷଡଙ୍ଗୀଙ୍କୁ ଅର୍ଥନୈତିକ କ୍ଷମତା ହସ୍ତାନ୍ତର ଦାୟିତ୍ୱ ଅର୍ପଣ କରିବାକୁ ଜିଲ୍ଲାପାଳ ଶ୍ରୀ ବର୍ମା କଟକ ରାଜସ୍ୱ ପର୍ଷଦ(କେନ୍ଦ୍ରୀୟ ଡିଭିଜନ)କମିଶନଙ୍କ ସଚିବଙ୍କୁ ଅନୁରୋଧ କରିଛନ୍ତି।

jay balangir
Leave A Reply

Your email address will not be published.

9 − 7 =