pakka

ବର୍ଣ୍ଣାଢ୍ୟ ପଟୁଆରରେ ଦେବୀଙ୍କ ଘଟଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ବର୍ଣ୍ଣାଢ୍ୟ ସାମାରୋହରେ ଉତ୍ସବମୁଖର ହୋଇଉଠିଥିବା ଠାକୁରାଣୀ ଯାତ୍ରା ସୋମବାର ସନ୍ଧ୍ୟାରେ ଶେଷ ଘଟଯାତ୍ରା ଭାବେ ସୀତାରାମପଲ୍ଲୀ ଗ୍ରାମକୁ ଦେବୀଙ୍କ ଆଗମନ ହେଉଅଛି । ଶେଷ ଘଟଯାତ୍ରା ଅବସରରେ ବିଭିନ୍ନ ପଟୁଆର ବାହାରୁଛି । ଶେଷ ଘଟଯାତ୍ରାରେ ମା’ରାମାୟାଣାମ୍ମା ଦେବୀଙ୍କ ଶୁଭାଶିଷ ପାଇବା ପାଇଁ ଦେବୀଙ୍କ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳ ଓ ଦୂରଦୁରାନ୍ତରୁ ଆଶାତୀତ ଭକ୍ତଶ୍ରଦ୍ଧାଳୁଙ୍କ ସମାଗମକୁ ନେଇ ବ୍ୟାପକ ବନ୍ଦୋବସ୍ତ ହେଉଥିବା ଜଣାଯାଇଛି । ଶେଷ ଦିବସରେ ସମାହିତ ହେଉଥିବା ଦେବୀଙ୍କ ଘଟଯାତ୍ରା ୩୧ ଦିନରେ ପହଞ୍ଚିବା ବେଳେ ଏହା ହେଉଛି, ଶେଷ ଘଟଯାତ୍ରା ବୋଲି ଲକ୍ଷାଧିକଭକ୍ତଙ୍କ ସମାଗମ ହେବା ଆଶା ରଖାଯାଇଛି । ରବିବାର ସନ୍ଧ୍ୟାରେ ଛତ୍ରପୁର ସହରରେ ସବୁ ଦିଗ ସବୁ କୋଣରେ ସବୁ ସାହି ଗଳିରେ ଜନଗହଳି ପୂର୍ଣ୍ଣ ରହିଥିବା ବେଳେ ଆନନ୍ଦ ଉଲ୍ଲାସ, ଖୁସିର ବାତାବରଣ ଦେଖାଦେଇଛି । ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଭକ୍ତିମୟ ଓ ଚଳଚଞ୍ଚଳ ସୃଷ୍ଟି କରିଛି । ରବିବାର ଛତ୍ରପୁର ଠାକୁରାଣୀ ଯାତ୍ରାରେ ପ୍ରାୟତଃ ଲକ୍ଷାଧିକ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି । ନବଦୁର୍ଗା ରୂପିଣୀ ଦଶମହାବିଦ୍ୟା ରୂପରେ ପୂଜା ପାଇଆସୁଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ମା’ ରାମାୟାଣାମ୍ମା ଦେବୀଙ୍କ ଐତିହାସିକ ଓ ନିଆରା ପର୍ବ ଖୁବ ଉତ୍ସବ ମୁଖର ହୋଇଉଠିଛି । ପାରମ୍ପରିକ ଠାକୁରାଣୀ ଯାତ୍ରା ମଙ୍ଗଳବାର ଦିନ ଉଦ୍‌ଯାପିତ ହେଉଅଛି । ସୋମବାର ଦେବୀଙ୍କ ଶେଷ ଘଟଯାତ୍ରା ହୋଇଥିବା ହେତୁ ଚାରିଆଡେ ଜନଗହଳି ମଧ୍ୟରେ ଆନନ୍ଦର କୋଳାହଳ ଦେଖାଦେଇଛି । ମଙ୍ଗଳବାର ଦେବୀଙ୍କ ଅସ୍ଥାୟୀ ମଣ୍ଡପ ନିକଟରେ ଦେବୀଙ୍କ ଦଶମହାବିଦ୍ୟା ପୂଜାର୍ଚ୍ଚନା ସମ୍ପନ୍ନ ହେବ । ମଙ୍ଗଳବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ଦେବୀଙ୍କ ଦର୍ଶନ ମିଳିବ । ମାସବ୍ୟାପି ସମାହିତ ହୋଇଆସିଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ମା’ ରାମାୟାଣାମ୍ମା ଦେବୀଙ୍କ ପାରମ୍ପରୀକ ଠାକୁରାଣୀ ଯାତ୍ରା ଜୁନ୍‌ ୭ ତାରିଖରେ ଉଦ୍‌ଯାପିତ ହେବ ବୋଲି ଯାତ୍ରା କମିଟୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମଙ୍ଗଳବାର ମଧ୍ୟରାତ୍ରି ରେ ଦେବୀ ଜନ୍ମବେଦୀକୁ ବାହୁଡ଼ିବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ଶେଷଦିନ ଅବସରରେ ବିଭିନ୍ନ ସ୍ଥାନରେ ନାଟକ, ଥିଏଟର, ସାଂସ୍କୃତିକ କାର୍ଯ୍ୟକ୍ରମ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆଦି ପରିବେଷିତ ହୋଇ ଅନ୍ତିମ ଯାତ୍ରାର ଜନସମାଗମକୁ ଦ୍ଵିଗୁଣିତ କରିବ ବୋଲି ଆଶା କରାଯାଉଛି । ପୁରାଣଯୁଗରୁ ଦେବୀପୂଜା / ଶକ୍ତିପୂଜା ପ୍ରଚଳିତ ହୋଇ ଆସିଥିବା ଦେବୀ ଭାଗବତରେ ବର୍ଣ୍ଣନା ରହିଛି ବୋଲି କୁହାଯାଏ । ଭାରତୀୟ ସଂସ୍କୃତିରେ ମାତୃଶକ୍ତିର ଉପାସନା ଅତି ପ୍ରାଚୀନ । ଓଡ଼ିଶା ହେଉଛି, ତନ୍ତ୍ର ସାଧନାର ଅନ୍ୟତମ ପ୍ରାଚୀନ ଓ ପ୍ରଧାନ ପୀଠ । ଖ୍ରୀଷ୍ଟାବ୍ଦ ଅଷ୍ଟମ ଶତାବ୍ଦୀରେ ଶକ୍ତି ପୂଜାର ବିଶେଷ ପ୍ରଚଳିତ ହୋଇ ଆସିଥିବା ବିଷୟରେ ଐତିହାସିକ ମାନେ ମତପ୍ରକାଶ କରିଛନ୍ତି । ବିବିଧତା ମଧ୍ୟରେ ଭିନ୍ନତା, ଯେଉଁଠି ଆର୍ଯ୍ୟ ଓ ଦ୍ରାବିଡ଼ ସଂସ୍କୃତି ସମ୍ମନ୍ଵୟର ପ୍ରତୀକ ଭାବେ ଏଠାରେ ସ୍ୱଷ୍ଟ ପ୍ରତିୟମାନ ହୁଏ । ଶାକ୍ତଧର୍ମର ପରମ୍ପରା ଅତି ମହନୀୟ । ଗଣପର୍ବ ଠାକୁରଣୀଯାତ୍ରା ଏକ ଆଲୌକିକ ଶକ୍ତି ପରମ୍ପରା ଯୁଗଯୁଗ ଧରି ପ୍ରଚଳିତ ହୋଇଆସିଥିବା କୁହାଯାଏ ।

jay balangir
Leave A Reply

Your email address will not be published.

thirteen + 16 =