jsm

ପଦ୍ମପୁରରେ ପ୍ରଥମ ଶୀତଳ ଷଷ୍ଠୀ ଉତ୍ସବ ସମ୍ପନ୍ନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶୀତଳ ଷଷ୍ଠୀ ଶୁଣିଲା ମାତ୍ରେ ହିଁ ମନରେ ଭରି ଉଠେ ଆଧ୍ୟାତ୍ମିକତା ଏବଂ ଅଲୌକିକତାର ଏକ ଚେତନା ଉତ୍ସ । ଜଗତ ଜନନୀ ମାତା ପାର୍ବତୀଙ୍କର ଦେବାଦୀଦେବ ମହାଦେବଙ୍କ ସହ ପବିତ୍ର ବିବାହ ଉତ୍ସବର ମନୋରମ ରୀତିନୀତି । ଜାହାର ଶାଖୀ ହୋଇଥାଏ ସମଗ୍ର ସୃଷ୍ଟି । ପଦ୍ମପୁରରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଉମା ମହେଶ୍ୱରଙ୍କର ପବିତ୍ର ବିବାହ ଉତ୍ସବ ଶୀତଳ ଷଷ୍ଠୀ ଆୟୋଜିତ ହୋଇଥିବା ବେଳେ, ପ୍ରଥମ ଥର ପାଇଁ ନିଜ ଅଞ୍ଚଳରେ ଏହି ଅଲୌକିକ ସମାରୋହର ଅଂଶ ହେବା ପାଇଁ ହଜାର ହଜାର ସଂଖ୍ୟାରେ ଯୋଡି ହୋଇଥିଲେ ଭକ୍ତ । ପଦ୍ମପୁର ସ୍ଥାନୀୟ ବଡବନ୍ଧ ଶ୍ରୀ ରାମେଶ୍ୱର ବାବାଙ୍କର ମନ୍ଦିରରୁ ପାଟ ପଟୁଆରା, ପାରମ୍ପାରିକ ଗୀତ ଏବଂ ଭକ୍ତିରେ ନାଚୁଥିବା ଭକ୍ତଙ୍କ ଭିଡ ସହିତ ଭୋଲା ବାବା ଶଙ୍କରଙ୍କର ଭବ୍ୟ ବରଯାତ୍ରୀ ବାହାରି ନେହେରୁ ଗଳି ହୀମାଦ୍ରୀ ନଗର ସ୍ଥିତ ମାତା ପାର୍ବତୀଙ୍କୁ ଝିଅରୁପେ ପାଇଥିବା କନ୍ୟାମାତା ପିତା ଶ୍ରୀମତୀ ଉମା ପଧାନ ଏବଂ ମହେନ୍ଦ୍ର ଭୋଇଙ୍କ ଘରେ ପହଂଚି ଥିବା ବେଳେ ବାବାଙ୍କର ଦିବ୍ୟ ଚନ୍ଦ୍ରଶେଖର ରୂପକୁ ମନ ଭରି ଭକ୍ତ ଦର୍ଶନ କରିଥିବା ବେଳେ ସେପଟେ ମାତାଙ୍କର ଦର୍ଶନ ପାଇଁ ମଧ୍ୟ ଭିଡ ଲଗେଇଥିଲେ ଶ୍ରଦ୍ଧାଳୁ । ରଘୁନାଥ ତ୍ରିପାଠୀ, ରମେଶ ଦାସ, ଅଶ୍ୱିନୀ ଦାସ ପ୍ରମୁଖ ପୁରୋହିତ କାର୍ଯ୍ୟ ତୁଲାଇଥିବା ବେଳେ ସୁବ୍ରତ କୁମାର ମିଶ୍ରଙ୍କ ସହଯୋଗିତାରେ କନ୍ୟା ମାତା ପିତାଙ୍କ ଘରେ ବୈଦିକ ରୀତିନୀତି ଅନୁଯାୟୀ ଗୌରୀ ଶଙ୍କରଙ୍କ ବିବାହ ସମ୍ପନ୍ନ ପରେ, ଦେବ ଦମ୍ପତ୍ତିଙ୍କୁ କନ୍ୟା ଏବଂ ଜ୍ୱାଇଁ ରୂପରେ ପାଇଥିବା କନ୍ୟା ମାତା ପିତା ମାନବିୟ ରୀତି ଅନୁଯାୟୀ ଉଭୟଙ୍କୁ ବିଦା କରିଥିଲେ । ଏକ ବିଶାଳ ଶୋଭା ଯାତ୍ରାରେ ବାହାରୀ ଦେବ ଦମ୍ପତ୍ତିଙ୍କର ପଟୁଆର ନଗର ପରିକ୍ରମା କରିଥିବା ବେଳେ ଶୀବ ପାର୍ବତୀଙ୍କର ଅଦ୍ଧନାରୀଶ୍ୱର, କାଲି ମହାଦେବ ଆଦି ଝାଙ୍କି ଶ୍ରଦ୍ଧାଳୁଙ୍କୁ ବେଶ୍‌ ଆକୃଷ୍ଟ କରିଥିଲା । ହଜାର ହଜାର ଭକ୍ତଙ୍କ ଗହଣରେ ହର ହର ମହାଦେବ ଏବଂ ମାତା ଗୌରୀଙ୍କର ଜୟଗାନରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ସହର । ଏହା ସହ ପୁନଃ ମନ୍ଦିରକୁ ଫେରି ଆଳତି ସହ ଦେବ ଦମ୍ପତ୍ତିଙ୍କୁ ମନ୍ଦିରରେ ପ୍ରତିଷ୍ଠିତ କରିଥିଲେ ବର ପିତା ମାତା କାର୍ଯ୍ୟ ତୁଲାଇ ଥିବା ଶ୍ରୀମତୀ ସଙ୍ଗୀତା ପଟ୍ଟନାୟକ, ସୁନିଲ ପଟ୍ଟନାୟକ ଏବଂ ପୁଜକ ଗଙ୍ଗାଧର ମହାପାତ୍ର । ପ୍ରକୃତୀ ଓ ପରିବେଶର ମିଳନ ସହ ଏକ ଭକ୍ତିପୁନ୍ନ ଭାବର ଚେତନା ଦେଇଥାଏ ଶୀତଳ ଷଷ୍ଠୀ ।

yuvodaya
Leave A Reply

Your email address will not be published.