pakka

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ଯୁବକ

bbehera

ଆଠଗଡ : ଚଳନ୍ତା ଟ୍ରେନ୍‌ରୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ରାତିରେ କନ୍ୟାକୁମାରୀରୁ ହାୱଡା ଯାଉଥିବା ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ପପୁ ଗୋଗେଇ ଓ ତାଙ୍କ ଘର ଆସାମର ତିନିସୁକିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ତେବେ ପପୁ ଖସି ପଡିବା ଦେଖି ଟ୍ରେନ୍ ଲାଇନ୍ କଡ ରାସ୍ତାରେ ଯାଉଥିବା ବାଲେଶ୍ୱର ଗ୍ରାମର ମିହିର ପାଣି ନିଜ ପୁଅକୁ ଡାକି ବାଇକ୍ ଯୋଗେ ସୋର ଡାକ୍ତରଖାନକୁ ଆଣିଥିଲେ । ଗୁରୁତର ପପୁଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

4 × two =

error: Content is protected !!