pakka

କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ

bbehera

ଆଠମଲ୍ଲିକ : କୂଅରୁ ଉଦ୍ଧାର ହେଲା ଜଙ୍ଗଲୀ ଭାଲୁ । ଉଦ୍ଧାର ପରେ ତାକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲାର ବାମୁର ବନାଞ୍ଚଳର ଖଇରମୁଣ୍ଡାରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଗାଁର ସୁବାସ ଧଳଙ୍କ ବାଡ଼ି କୂଅରେ ଗତ ରାତିରେ ଏକ ଜଙ୍ଗଲୀ ଭାଲୁ କୂଅରେ ପଡି ଯାଇଥିଲା । ଗ୍ରାମବାସୀ ବନ ବିଭାଗକୁ ଆଜି ଖବର ଦେବା ପରେ ବିଭାଗ ଆସି ଭାଲୁଟିକୁ ଉଦ୍ଧାର କରିଛି । ଭାଲୁଟି ସୁସ୍ଥ ଥିବାରୁ ତାକୁ ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

four + 14 =