pakka

ପାଟଣାଗଡ଼ ବନ ବିଭାଗ ଦ୍ୱାରା ୭ ଗୋଟି ଶାଗୁଆନ୍‌ ପଟା ସହ ବାଇକ୍‌ ଜବତ୍‌ : ଅଭିଯୁକ୍ତମାନେ ଫେରାର୍‌

kalikesh

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ବନ ବିଭାଗ ଦ୍ୱାରା ୭ ଗୋଟି ଶାଗୁଆନ୍‌ ଗଣ୍ଡି ସହ ଏକ ବାଇକ୍‌ ଜବତ୍‌ ହୋଇଥିବା ଜଣାପଡ଼ିଛି । ଗତ ୧୩ ତାରିଖ ରାତି ପ୍ରାୟ ସାଢେ ୧୦ଟା ସମୟରେ ପାଟଣାଗଡ ରେଞ୍ଜର କର୍ମଚାରୀମାନେ ପାଟଣାଗଡ଼ ବିଭାଗର ବରଘାଟି ଗ୍ରାମ ନିକଟରେ ୨.୭୧ ଘନଫୁଟ ମାପ ବିଶିଷ୍ଟ ୭ ଗୋଟି ଶାଗୁଆନ ପ୍ଳାଙ୍କ ଏବଂ ଏକ ବାଇକ୍ ଜବତ୍‌ କରିଥିଲେ । ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଥିଲେ । ଜବତ୍‌ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଅଧିକ ଅନୁସନ୍ଧାନ ଜାରି ରହିଛି । ରେଞ୍ଜ ଅଧିକାରୀ ଆନନ୍ଦ ଚନ୍ଦ୍ର ବିଶିଙ୍କ ନିର୍ଦ୍ଦେଶନାରେ ଫରେଷ୍ଟର ଗୁଣନିଧି ପରିଡା, ପ୍ରିୟବ୍ରତ ନାୟକ, ଶ୍ରୀମତୀ ଜ୍ୟୋତ୍ସ୍ନା ସଲତାର, ପାଟଣାଗଡ଼ ରେଞ୍ଜର ପାରା ଷ୍ଟାଫ ଓ ପାଟଣାଗଡ଼ ରେଞ୍ଜ କର୍ମଚାରୀଙ୍କ ଦ୍ୱାରା ଏହି ଚଢ଼ାଉ କରାଯାଇଥିଲା ।

pp
Leave A Reply

Your email address will not be published.

10 − seven =