ଭେଉଁରିଆ ମୁଖ୍ୟ ଛକରେ ଟ୍ରାଫିକ ସମସ୍ୟା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ସହରର ମୁଖ୍ୟ ଭେଉଁରିଆ ଛକ ପାଲଟିଛି ମରଣ ଯନ୍ତା । ପ୍ରତ୍ୟେକ ଦିନ ଭେଉଁରିଆ ଛକରେ ହଜାର ହଜାର ଜନ ସାଧାରଣ ଓ ଛୋଟରୁ ଆରମ୍ଭ କରି ଭାରିଯାନ ଚଳାଚଳ କରୁଛି । ଉତ୍ତର ଦିଗ, ଦକ୍ଷିଣ ଦିଗ, ପୂର୍ବ ଦିଗ, ପଶ୍ଚିମ ଦିଗରୁ ଚାରିଦିଗରୁ ଆସୁଛି ମୁଖ୍ୟଛକ ଭେଉଁରିଆକୁ ଅନେକ ଭାରିଯାନ । ଜନସମାଗମରେ ଭରପୂର ଏଠାରେ ରହିଛି ଟ୍ରାଫିକ ସମସ୍ୟା । ଟ୍ରାଫିକ ନିୟମ ବୋଲି କିଛି ନାହିିଁ, ଯାହାର ଯେମିତି ଇଛା । ସଭିଏଁ ଅନାୟସରେ ଯିବା ଆସିବା କରୁଛନ୍ତି । ସକାଳ ଭୋରରେ ଭାରିଯାନ ଗୁଡିକ ଦ୍ର୍ରୁତ ଗତିରେ ମାଡି ଆସୁଛନ୍ତି । ଏହି ସମୟରେ ପାଦ ଚଲା ଲୋକ ବେଶୀ ଭିଡିଥିବା ବେଳେ ଛୋଟ ଛୋଟ ଯାନ ବାହାନ ମଧ୍ୟ ଗୋଟିଏ ପଟରୁ ଅନ୍ୟ ପଟକୁ ଯାଏ । ମାତ୍ର ଆଖିବୁଜି ଭାରିଯାନ ଗୁଡିକ କ୍ଷୀପ୍ର ଗତିରେ ମାଡି ଆସୁଛନ୍ତି । କେହି ଯଦି ଦୁର୍ଭାଗ୍ୟବଶତଃ ସାମନାକୁ ଆସିଯାଏ, ତେବେ ମୃତ୍ୟୁ ଅନିବାର୍ୟ୍ୟ । କେହି ହେଲେ ନିୟମ ମାନିବାକୁ ଚାହୁଁ ନ ଥିବା ବେଳେ ପ୍ରଶାସନ ମଧ୍ୟ ନୀରବଦ୍ରଷ୍ଟା ସାଜିଛି । ପ୍ରତ୍ୟେକ ଦିନ ଏହି ଛକରେ ଛୋଟ ବଡ ଦୁର୍ଘଟଣା ଘଟୁଥିଲେ ମଧ୍ୟ କାହାରି ଦୃଷ୍ଟି ଆକର୍ଷଣ ହେଉନାହିଁ । ଟ୍ରାକ୍ଟର ଓ ହାଇୱାରେ ବାଲି ବୋଝେଇ ହୋଇ ଯାଉଛି ମାତ୍ର ତା ଉପରେ କୌଣସି ଘୋଡଣୀ ଦିଆ ଯାଉନାହିଁ । ଫଳରେ ବାଲି ଉଡି ଆଖିରେ ପଡି ଆଖି ନଷ୍ଟ ହେବା ମଧ୍ୟ ବଡ କଥା ନୁହେଁ । ଏହି ଛକରେ ଅନେକ ଥର ଭାରିଯାନ ମାନ ଦୁର୍ଘଟଣା ଘଟିଥିବା ସମସ୍ତେ ଜାଣିଛନ୍ତି, ତଥାପି ନୀରବ ରହିଛନ୍ତି । ରାସ୍ତାର ଚାରି ପାର୍ଶ୍ବରେ ପୋଲିସ ବେରିଗେଟ କିମ୍ବା ବ୍ରେକର ଦେବାର ନିହାତି ଜରୁରୀ । ଏଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ପାଇଁ ଜନ ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.