ବଲାଙ୍ଗିର ସହରର ଠିକାଦାରପଡ଼ାକୁ ଯାଇଥିବା ରାସ୍ତା ଉପରେ ଭାସୁଛି କଦର୍ଯ୍ୟ ଡ୍ରେନ୍‌ ପାଣି : ପ୍ରଶାସନ ନୀରବ ଦ୍ରଷ୍ଟା

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଯୋଗୁଁ ସବୁଆଡେ଼ ସ୍ୱଚ୍ଛତାକୁ ବିଶେଷ ଦୃଷ୍ଟି ଦିଆଯାଉଥିବା ବେଳେ ବଲାଙ୍ଗିର ସହରର ଠିକାଦାରପଡ଼ାକୁ ଯାଇଥିବା ରାସ୍ତା ଉପରେ ଭାସୁଛି କଦର୍ଯ୍ୟ ଡ୍ରେନ୍‌ ପାଣି । ସୂଚନା ଅନୁସାରେ ମୁଖ୍ୟରାସ୍ତାରୁ ଠିକାଦାରପଡ଼ାକୁ ଯିବା ବେଳେ ରହିଥିବା ଡ୍ରେନ୍‌ ଶୋଚନୀୟ ଅବସ୍ଥାରେ ପଡ଼ିଛି । ଏହାର ମରାମତି ପାଇଁ ପଡ଼ାବାସୀ ବାରମ୍ବାର ପୌରାଂଚଳକୁ ଜଣାଇଥିଲେ ବି କେହି ଶୁଣୁ ନଥିବା ଅଭିଯୋଗ ହେଉଛି । ଡ୍ରେନ୍‌ ପୋତି ହୋଇଯାଇଥିବା ଯୋଗୁଁ ଡ୍ରେନ୍‌ର ଦୂଷିତ ପାଣି ରାସ୍ତା ଉପରେ ଭାସୁଛି । ଯିଏ ବି ଠିକାଦାରପଡ଼ା ଭିତରକୁ ଯିବ ତାକୁ ଏହି ଦୂଷିତ କଦର୍ଯ୍ୟ ଡ୍ରେନ୍‌ ପାଣି ଅତିକ୍ରମ କରି ଯିବାକୁ ହିଁ ପଡ଼ିବ ।

ଜିଲ୍ଲା ପ୍ରଶାସନର ନାକ ତଳେ ଯଦି ଏଭଳି ଅବସ୍ଥା, ତେବେ ପଡ଼ା ଭିତର ଗୁଡ଼ିକର ଅବସ୍ଥା କ’ଣ ହୋଇଥିବ ତାହା ସହଜରେ ଅନୁମାନ କରାଯାଇ ପାରେ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରନ୍ତି । ବର୍ତ୍ତମାନ କରୋନା ସଂକ୍ରମଣ ଯୋଗୁଁ ପ୍ରଶାସନ ପକ୍ଷରୁ ସ୍ୱଚ୍ଛତାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏଥିପ୍ରତି ପ୍ରଶାସନର ନଜର କେମିତି ପଡ଼ୁନି ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ତୁରନ୍ତ ବଲାଙ୍ଗିର ମ୍ୟୁନିସିପାଲିଟି ଦୃଷ୍ଟି ଦେଇ ଡ୍ରେନ୍‌ ମରାମତି ନ କଲେ ଆଗାମୀ ସମୟରେ ପଡ଼ାବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଥିବା ସୂଚନାରୁ ପ୍ରକାଶ ।

Leave A Reply

Your email address will not be published.