ନବ ନିର୍ମିତ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଶକ୍ତି ଗ୍ରାମରେ ନୂତନ ଅଙ୍ଗନବାଡି କେନ୍ଦ୍ରକୁ ସରପଞ୍ଚ ଶ୍ରୀମତୀ ଧନମତି ପାଣ୍ତେ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଛନ୍ତି । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ସାମାଜିକ ଦୂରତା ଅବଲମ୍‌ମ୍ବନ ସହ ମାକ୍ସ ବ୍ୟବହାର କରାଯାଇଥିଲା । ଗ୍ରାମାଞ୍ଚଳ ଶିଶୁମାନଙ୍କର ସର୍ବାଙ୍ଗୀନ ଉନ୍ନତିରେ ଅଙ୍ଗନବାଡି କେନ୍ଦ୍ର ସହାୟକ ହେବ ବୋଲି ସରପଞ୍ଚ ଶ୍ରୀମତୀ ପାଣ୍ତେ ବକ୍ତବ୍ୟ ରଖିଥିଲେ । ସମିତି ସଭ୍ୟା ମିଥିଲା ସାହୁ, ୱାର୍ଡ ସଭ୍ୟ ଗଜାରାମ ବନଛୋର, ପ୍ରସାଶନିକ ଅଧିକାରୀ ଓ ଗ୍ରାମବାସୀବୃନ୍ଦ ଯୋଗଦାନ କରି ନିଜ ଗ୍ରାମରେ ହେଉଥିବା ଉନ୍ନୟନମୂଳକ କାର୍ୟ୍ୟପାଇଁ ସଂପୃକ୍ତ ବ୍ୟକ୍ତିମାନଙ୍କୁ ପ୍ରସଂଶା କରିଥିଲେ ।

Leave A Reply

Your email address will not be published.