ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀ ଆସିବେ ବଡ଼ ପରଦାରେ

ମୁମ୍ବାଇ : ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ଏବେ ବାହୁବଳୀର ନାୟକ ପ୍ରଭାସ ଖୁବ୍‌ ଶୀଘ୍ର ଆସିବେ ବଡ଼ ପରଦାରେ ବୋଲି ଜଣାପଡ଼ିଛି । ଏଥିରେ ନାୟିକା ରହିବେ ଦୀପିକା ପାଦୁକୋନ । ତେବେ ଦୁଇ ଷ୍ଟାର୍‌ଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଦର୍ଶକମାନେ ଉତ୍ସୁକତା ପ୍ରକାଶ କରିଛନ୍ତି । ନିର୍ଦ୍ଦେଶକ ନାଗା ଅଶ୍ୱିନଙ୍କ ଫିଲ୍ମରେ ଦୁହେଁ ଆସୁଥିବା ବେଳେ ଫିଲ୍ମର ନାମ ବର୍ତ୍ତମାନ ମଧ୍ୟ ଧାର୍ଯ୍ୟ ହୋଇ ନଥିବା କୁହାଯାଇଛି । ବାହୁବଳୀ ନାୟକ ପ୍ରଭାସ ମଧ୍ୟ ବିଗ୍‌ ବି ଅମିତାଭଙ୍କ ସହ ଅଭିନୟ କରିବାର ସୁଯୋଗ ହାତେଇଥିବାରୁ ବେଶ୍‌ ପ୍ରଫୁଲ୍ଲିତ ଥିବା ସୋସିଆଲ୍‌ ମିଡ଼ିଆରେ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.