ଜିଲ୍ଲା ପ୍ରଶାସନ ଓ ରୋଟାରୀ କ୍ଲବ ପକ୍ଷରୁ ମାଗଣା ଟୀକାକରଣ କେନ୍ଦ୍ର ଶୁଭାରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ସହଯୋଗରେ ସୁନ୍ଦରଗଡ଼ ରୋଟାରୀ କ୍ଲବ ନେତୃତ୍ବରେ ଏକ ମାଗଣା କୋଭିଡ ଟୀକାକରଣ କେନ୍ଦ୍ରର ଶୁଭାରମ୍ଭ ହୋଇଛି । ଏହି ଟୀକାକରଣ କେନ୍ଦ୍ରକୁ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏହି କେନ୍ଦ୍ରରେ ଯେକୌଣସି ବ୍ୟକ୍ତି ବିନା ପଞ୍ଜିକରଣରେ ଆସି ଏହି ଠାରେ ପଞ୍ଜିକରଣ କରି ଟୀକା ନେଇପାରିବେ । ଏହି କେନ୍ଦ୍ର ସକାଳ ୯ ଟାରୁ ଅପରାହ୍ନ ୧ଟା ପର୍ୟ୍ୟନ୍ତ ଖୋଲା ରହିବ । ଉଭୟ ରୋଟାରୀ ସ୍ବେଚ୍ଛାସେବୀ ଓ ପ୍ରଶାସନର କର୍ମଚାରୀ ସହରରେ ଯେଉଁମାନେ ଟୀକା ବିଭିନ୍ନ କାରଣରୁ ନେଇ ପାରିନାହାଁନ୍ତି ସେମାନଙ୍କୁ ସଚେତନ କରାଇ ଟୀକାକରଣର ବ୍ୟବସ୍ଥା କରିବେ ବୋଲି ସୁନ୍ଦରଗଡ଼ ରୋଟାରୀ ସଭାପତି ଚିର ବ୍ରତ ଦତ୍ତ ସୂଚନା ପ୍ରଦାନ କରିଛନ୍ତି । ଏହି ଟୀକାକରଣ କେନ୍ଦ୍ରରେ ସହର ଜନସାଧାରଣ ଆସି ସୁବିଧାରେ ନିଶୁକମଳ ଟୀକା ନେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଏହି ଉଦଘାଟନୀ କାର୍ୟ୍ୟକ୍ରମରେ ରୋଟାରୀ କ୍ଲବର ଅନ୍ୟସଦସ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବାଲ ଗୋପାଲ ମିଶ୍ର, ସମୀର କୁମାର କର, ଶୁଭ୍ରାଂଶୁ ମହାପାତ୍ର, ଶୋଭନ ଦାସ, ସ୍ମିତା ରାଣୀ ମିଶ୍ର, କମଲ ଲୋଚନ ନାୟକ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

eighteen − one =