jayashree

ଟିଟିଲାଗଡ ଲାୟନ୍ସ କ୍ଲବ ତରଫରୁ ଦେଶିଲ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରକୁ ଦିଆଗଲା ୱାଟର କୁଲର

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସେବା ମନୋବୃତ୍ତି ରଖି ସମାଜରେ ସାମାଜିକ କାର୍ଯ୍ୟକ୍ରମ କରିଥାଆନ୍ତି । ତେବେ ଟିଟିଲାଗଡ ନିକଟସ୍ଥ ଦେଶିଲ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିରରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ବିଦ୍ୟାଳୟକୁ ଏକ ଥଣ୍ଡା ୱାଟର କୁଲର ଦେବାକୁ ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧକୁ ରକ୍ଷାକରି ଟିଟିଲାଗଡ ଲାୟନ୍ସ କ୍ଲବ ଏହି ସେବା ପ୍ରଦାନ କରିବାକୁ ସହମତି ଦେଇଥିଲେ । କ୍ଲବର ବରିଷ୍ଠ ସଦସ୍ୟ ତଥା ଓମଭ୍ୟାଲି ସ୍କୁଲର ଚେୟାରମେନ ଦୀପକ ସାହୁ ଏହି ମହତ କାର୍ଯ୍ୟ କରିବାକୁ ଆଗେଇ ଆସିଥିଲେ । ଫଳ ସ୍ୱରୂପ ରବିବାର ଦିନ ସକାଳେ ଟିଟିଲାଗଡ ଲାୟନ୍ସ କ୍ଲବ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ଏହି ଥଣ୍ଡା ପାନୀୟ ଜଳ ୱାଟର କୁଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଲବର ବରିଷ୍ଠ ସଦସ୍ୟ ଲାୟନ ଦୀପକ ସାହୁଙ୍କ କରକମଳରେ ଫିତା କାଟି ଏହି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ । ଏହି ଅବସରରେ ସ୍କୁଲର ପରିଚାଳକ ସୁଧୀର ସାହୁ, ଶ୍ରୀତମ ସାହୁ, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମେରୱିନ ବିଷ୍ଣୋଇ, ସ୍କୁଲର ଶିକ୍ଷକ ହୃଦା ନାଗ, ବିଦ୍ୟାଳୟର ଟ୍ରଷ୍ଟି ଲଳିତ ମୋହନ ସାହୁ, ଲାୟନ୍ସ କ୍ଲବର ସମସ୍ତ ସଦସ୍ୟମାନେ ପରିଚାଳନା କରିବାରେ ସହଯୋଗ କରିବା ସହ ଉପସ୍ଥିତ ଥିଲେ । ଏହି ଅବସରରେ ସ୍କୁଲର ପରିଚାଳକ ସୁଧୀର ସାହୁ ଲାୟନ୍ସ କ୍ଲବକୁ ସିଦ୍ଧି ବିନାୟକର ବଡ ସ୍କୁଲକୁ ଆଉ ଗୋଟାଏ ଥଣ୍ଡା ୱାଟର କୁଲର ଦେବାକୁ ଅନୁରୋଧ କରିଥିଲେ । ତାଙ୍କର ଅନୁରୋଧକୁ ରକ୍ଷା କରି ଲାୟନ ଦୀପକ ସାହୁ ଆସନ୍ତା କାଲି ଆଉ ଗୋଟିଏ ଥଣ୍ଡା ୱାଟର କୁଲର୍ ପ୍ରକଳ୍ପ ଦେବେ ବୋଲି ଘୋଷଣା କରିଛନ୍ତି ।

Leave A Reply

Your email address will not be published.