
କଂଗ୍ରସ ଦ୍ୱାରା ଜାରି କରାଯାଇଥିବା ୧୯୭୫ ମସିହା ଜରୁରୀକାଳୀନ ପରିସ୍ଥିତି ୫୧ ବର୍ଷକୁ ନେଇ ବିଜେପି ତରଫରୁ କଳା ଦିବସ ପାଳନ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭାରତୀୟ ଜନତା ପାର୍ଟି ତରଫରୁ ଆଜି ୨୫.ଜୁନକୁ କଳାଦିବସ ରୂପେ ପାଳନ କରାଯାଇଥିଲା । ୧୯୭୫ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ପୁରା ଭାରତ ବର୍ଷରେ ଜରୁରୀକାଳୀନ ପରିସ୍ଥିତି ଏମାରଜେନ୍ସି ଲଗାଇଥିଲେ । ଭାରତୀୟ ଜନତା ପାର୍ଟି ତରଫରୁ ପଥର ଚେପା ବିଜେପି ପାର୍ଟି କାର୍ଯ୍ୟାଳୟ ଠାରେ ଆଜି ଦିନକୁ କଳା ଦିବସ ରୂପେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ବିଜେପି ମହିଳା ମୋର୍ଚ୍ଚାର ବରିଷ୍ଠ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ହୋଇଥିଲା । ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା, ଗୋପାଳଜୀ ପାଣିଗ୍ରାହୀ, ମୁଖ୍ୟ ଅତିଥି ସ୍ୱାମୀ ପରମା ନନ୍ଦ ସରସ୍ୱତୀ, ବକ୍ତା ଆଇନଜୀବୀ କମ୍ବୁ ପାଣି ପାଢ଼ୀ, ମହେନ୍ଦ୍ର ଠାକୁର, ଯଜ୍ଞଶ୍ୱର ବାବୁ, ଦିନେଶ ଶର୍ମା, ରଞ୍ଜିତା ପାଣିଗ୍ରାହୀ ବଲ୍ଲଭ ଭାଇ, ବକ୍ତା, ଆରଏସଏସର ବରିଷ୍ଠ କାର୍ଯ୍ୟକର୍ତ୍ତା ଗୋବିନ୍ଦ ସେଠ, ଏସ. ଡି. ସି ଚେୟାରମ୍ୟାନ ବଲ୍ଲଭ ଧରୁଆ, ଦୀନବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
