csstore

ଓଷ୍ଟା ଗଞ୍ଜାମ ବ୍ଲକର ସାମ୍ବିଧାନିକ ସମ୍ମିଳନୀ ଓ କର୍ମକର୍ତ୍ତା ନିର୍ବାଚନ : ସଂଗଠନକୁ ସୁଦୃଢ କରିବା ପାଇଁ ଆହ୍ୱାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା)ର ଗଞ୍ଜାମ ବ୍ଲକ ସାମ୍ବିଧାନିକ ସମ୍ମିଳନୀ ଲଙ୍ଗଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଏଚ. ବୁରୁଡି ଠାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୂପକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଓଷ୍ଟା ରାଜ୍ୟ ସଂଗଠନର ପ୍ରାକ୍ତନ କୋଷାଧ୍ୟକ୍ଷ ତଥା ଗଞ୍ଜାମର ପୂର୍ବତନ ସମ୍ପାଦକ କାମରାଜୁ ମହାରଣା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଓଷ୍ଟାର ସଂକ୍ଷିପ୍ତ ଇତିହାସ ଶିକ୍ଷକମାନଙ୍କୁ ଅବଗତ କରାଇ ବର୍ତ୍ତମାନର ସ୍ଥିତିରେ ସମସ୍ତ ସମସ୍ୟା ସମାଧାନ କରିବା ପାଇଁ ରାଜ୍ୟ ସଂଗଠନ ଚେଷ୍ଟା କରୁଥିବାବେଳେ ରାଜ୍ୟ ନେତୃତ୍ୱର ଡାକରାରେ ସମସ୍ତ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲ୍ଲା ସମ୍ପାଦକ ରାମ ଚନ୍ଦ୍ର ପଲେଇ ଜିଲ୍ଲାର ସାମ୍ପ୍ରତିଚ ସାଙ୍ଗଠନିକ ସ୍ଥିତି ଉପରେ ବିବରଣୀ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ରୂପେ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ପ୍ରଧାନ, କାର୍ଯ୍ୟକାରୀ ସଭାପତି କେଦାରନାଥ ପଟ୍ଟନାୟକ, ପୂର୍ବତନ ସମ୍ପାଦକ ବିଜୟ କୁମାର ବେହେରା, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ବିଜୟ କୁମାର ବିଶ୍ୱାଳ, ବାଳକୃଷ୍ଣ ମହାରଣା, ଭିକାରୀ ଚରଣ ଗୌଡ଼ ପ୍ରମୁଖ ଯୋଗଦେଇ ଗଞ୍ଜାମ ସଂଗଠନକୁ କ୍ରିୟାଶୀଳ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଦ୍ଵିତୀୟାର୍ଦ୍ଧ ଅଧିବେଶନରେ ଆଗାମୀ ତିନି ବର୍ଷ ପାଇଁ ବ୍ଲକ କର୍ମକର୍ତ୍ତା ନିର୍ବାଚନ କରାଯାଇଥିଲା । ଏଥିରେ ସଭାପତି ରୂପେ ଶାସଦେବ ଛୋଟରାୟ, ଉପସଭାପତି ରୂପେ ବିନାୟକ ମାନସିଂ, ଅମିତା ଡାକୁଆ ଓ କୃଷ୍ଣ ଚନ୍ଦ୍ର ବେହେରା, ସମ୍ପାଦକ ରୂପେ ଶ୍ୟାମସୁନ୍ଦର ମହାପାତ୍ର, ଯୁଗ୍ମ ସମ୍ପାଦକ ରୂପେ ରାମେଶ୍ୱର ମହାଳିକ, ମମତା ନାୟକ ଓ ଝାଡ଼େଶ୍ୱର ପଲେଇ ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ପରିଷଦକୁ ଦେବରାଜ ମହାରଣା ଓ ସୁଜିତ କୁମାର ଛୋଟରାୟ ଏବଂ ଜିଲ୍ଲା ପରିଷଦକୁ ଅକ୍ଷୟ କୁମାର ମହାଳିକ, ସନ୍ତୋଷ କୁମାର ମିଶ୍ର ଓ ଧନର୍ଜୟ ଜେନା ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ନବନିର୍ବାଚିତ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ସମ୍ପାଦକ ପଲେଇ ଶପଥ ପାଠ କରାଇଥିଲେ ।

jayashree
Leave A Reply

Your email address will not be published.