centurian jitm

୫୮୨ ନମ୍ବର ରଖି ଶ୍ରୀୟାଂଶ୍ରୀ କଳାହାଣ୍ଡି ଜିଲ୍ଲା ଟପ୍ପର

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ମୂଖିଗୁଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଶ୍ରୀୟାଂଶ୍ରୀ ସାହୁ ୫୮୨ ନମ୍ବର (୯୭%) ମାର୍କ ରଖି ଜିଲ୍ଲା ଟପ୍ପର ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି । ଅଧ୍ୟାପକ ଶିଶିର କୁମାର ସାହୁ ଏବଂ ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁଙ୍କ ସୁପୁତ୍ରୀ ଶ୍ରୀୟାଂଶ୍ରୀ ଆଗକୁ ଯୁକ୍ତଦୁଇ ବିଜ୍ଞାନ ପରେ ଆଇଆଇଟି, ୟୁପିଏସସି ପାଇଁ ଲକ୍ଷ୍ୟ ରଖିଛନ୍ତି । ସେ ତାଙ୍କର ସଫଳତା ପାଇଁ ଗୁରୁଜୀ ଗୁରୁମା, ବାପା ମା ଏବଂ ଗୁରୁଜନ ମାନଙ୍କୁ ଶ୍ରେୟ ଦେଇଛନ୍ତି । ଶ୍ରୀୟାଂଶ୍ରୀ ସାହୁଙ୍କୁ ସଫଳତା ପାଇଁ ତାଙ୍କ ନିକଟକୁ ଶୁଭେଛୁ ମାନଙ୍କ ନିକଟରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.