ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ରେଳ ଲାଇନରୁ ଉଦ୍ଧାର : ମୃତ୍ୟୁର କାରଣ ଅସ୍ପଷ୍ଟ, ଜିଆର୍‌ପି ପୋଲିସର ତନାଘନା ଜାରି

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ରେଳ ଷ୍ଟେସନ ନିକଟ ରେଳ ଲାଇନ୍‌ ଉପରେ ପଡିଛି ଜଣେ ପୁରୁଷ ଏବଂ ମହିଳାଙ୍କ ମୃତଦେହ । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କିଛି ସ୍ଥାନୀୟ ଲୋକ ରେଳ ଲାଇନ୍‌ ଟ୍ରାକ୍‌ ଉପରେ ଦୁଇ ଜଣଙ୍କ ମୃତଦେହ ଦେଖି ଜିଆର୍‌ପି ପୋଲିସକୁ ଖବର କରିଥିଲେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ପରେ ଜାଣିବାକୁ ପାଇଥିଲେ ଯେ, ମୃତ ଦୁଇଜଣ ଲାଠୋର ଥାନା ଜଳପାଙ୍କେଲ ଗ୍ରାମର ସ୍ୱାମୀ, ସ୍ତ୍ରୀ ମକାରୁ ରଣା ଓ ହୀରା ରଣା । ଦୁଇ ଜଣଙ୍କ ମୃତଦେହ ରେଳ ଲାଇନ୍‌ ଟ୍ରାକ୍‌ ଭିତରେ ପଡିଥିବା ବେଳେ ସେମାନଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ରହିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଦୁହେଁ ସ୍ୱାମୀ, ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରି ରେଳ ଲାଇନ୍‌ ଟ୍ରାକ୍‌ ଉପରେ ଫିଙ୍ଗି ଦେଇଛି ତାହା ରହସ୍ୟ ହୋଇରହିଛି । ପୋଲିସର ଅଧିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟପଟେ ଜିଆର୍‌ପି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Leave A Reply

Your email address will not be published.