କରଞ୍ଜିଆ ପ୍ରସିଦ୍ଧ ପୁର୍ନେଶ୍ୱର ଶୈବପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ

ରାଇରଙ୍ଗପୁର, (ଶ୍ୟାମଳେନ୍ଦୁ ପରିଡା) : କରଞ୍ଜିଆ ପ୍ରସିଦ୍ଧ ପୁର୍ନେଶ୍ୱର ପୀଠରେ ମହାସମାରୋହରେ ଦେବ ଦମ୍ପତ୍ତିଙ୍କ ବିବାହ ଶେଷ ହୋଇଛି । ରାତି ୮ ଟାରେ ବାହାରିଥିଲା ଦେବ ବରଯାତ୍ରୀ । ରୀତିନୀତି ଅନୁଯାୟୀ ମହାଦେବଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ, ଇନ୍ଦ୍ର, ଯମ, ନାରଦ ଆଦି ଦେବଗଣ । ଏଥିରେ ଶହଶହ ଭକ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ପୂର୍ବାହ୍ନରେ ମହାରୁଦ୍ରାଭିଷେକ, ହୋମଯଜ୍ଞ ଅନୁଷ୍ଠିତ ହେବା ପରେ ସଂଧ୍ୟାରେ ବିବାହ ଅନୁଷ୍ଠିତ ହୋଇଥିଲା । ବାଦ୍ୟ, ରୋଷଣୀ, ଘଣ୍ଟ ଓ ମନ୍ତ୍ରଧ୍ୱନୀରେ ପ୍ରକମ୍ପିତ ହୋଇ ଉଠିଥିଲା ପୂରା ପରିବେଶ । ଭକ୍ତମାନେ ମହାପ୍ରଭୂଙ୍କୁ ଦର୍ଶନ କରିବା ସହ ବରଯାତ୍ରୀ ହୋଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ । ମନ୍ଦିର କମିଟି ପକ୍ଷରୁ ଶୃଙ୍ଖଳିତ ଦର୍ଶନ ସହ ପ୍ରସାଦ ସେବନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଦେବ ଦମ୍ପତିଙ୍କ ବିବାହ ହେଲେ ଲୋକଙ୍କ ମଧ୍ୟରେ ଚେତନା ସୃଷ୍ଟି ହେବା ସହ ବିଶ୍ୱର ଜନକଲ୍ୟାଣ ସାଙ୍ଗକୁ କୋଟି ଜନ୍ମର ପୂଣ୍ୟ ମିଳେ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ବାଜା, ସଂକୀର୍ତ୍ତନର ତାଳେ ତାଳେ ନୃତ୍ୟ କରିବା ସହ ବାଣ ଫୁଟାଇ ଶୋଭାଯାତ୍ରା କରାଯାଇଥିଲା । ସ୍ଥାନୀୟ ମନ୍ଦିର ପରିସରରେ ବ୍ରାହ୍ମଣଙ୍କ ଦ୍ୱାରା ହସ୍ତଗଣ୍ଠି ପଡିବା ପରେ ହୋମଯଜ୍ଞ କରାଯାଇ ମହାଦେବ ଓ ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଥିଲା । ଉତ୍ତପ୍ତ ଧରାପୃଷ୍ଠ ଶୀତଳ ହେବା ସହ ବିଶ୍ୱର ଜନକଲ୍ୟାଣ ହୋଇଥାଏ ବୋଲି ଭକ୍ତମାନଙ୍କର ବିଶ୍ୱାସ ରହିଛି । ଆୟୋଜକ କମିଟି ତରଫରୁ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ସହ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।

Leave A Reply

Your email address will not be published.