ଟିଟିଲାଗଡରେ ଦେବ ଦମ୍ପତ୍ତିଙ୍କ ବିବାହ ସମ୍ପନ୍ନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡର ଶୀତଳ ଷଷ୍ଠୀ ୨୪ ବର୍ଷରେ ପଦାର୍ପଣ କରିଛି । ସୋମବାର ସଂଧ୍ୟାରେ ବର ପିତାମାତା କାନ୍ତ ଖର୍ସେଲ ଓ କନକ ଖର୍ସେଲ ସିରଭଟାପଡ଼ା ନିଜ ବାସଭବନରୁ ବାବା ଧବଳେଶ୍ଵରଙ୍କୁ ଧରି ବରଯାତ୍ରୀଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ବାଦ୍ୟଯନ୍ତ୍ର, ଡିଜେର ତାଳେ ତାଳେ ଶହ ଶହ ମାତ୍ରାରେ ମହିଳା, ପୁରୁଷ, ଯୁବକ, ଯୁବତୀ ଖୁସିରେ ନାଚୁ ଥିବାର ଦେଖିବାକୁ ମିଳିଥିଲା । ସହର ପରିକ୍ରମା କରି ହାଟପଦା ପଡ଼ା ଭଗବତ ମନ୍ଦିର ବିବାହ ମଣ୍ଡପକୁ ଆସିଥିଲେ । ସେଠାରେ କନ୍ୟା ପିତାମାତା ରମେଶ ବଛା ଓ ତୁଳସୀ ବଛା ନିଜ ବନ୍ଧୁବାନ୍ଧବଙ୍କ ସହ ବିବାହ ମଣ୍ଡପକୁ ବରପକ୍ଷଙ୍କୁ ପାଛୋଟି ଆଣିଥିଲେ । ରାତିରେ ରୀତିନୀତି ଅନୁସାରେ ବିବାହ ସମ୍ପନ୍ନ ହୋଇଛି । ମଙ୍ଗଳବାର ସନ୍ଧ୍ୟାରେ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ କନ୍ୟା ଓ ବର ପିତାମାତାଙ୍କ ସହ ବନ୍ଧୁବାନ୍ଧବ ଓ ସହରବାସୀ ଯାଇ ଦେବ ଦମ୍ପତ୍ତିଙ୍କୁ ଛାଡି ଯିବା ନେଇ କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.