୨ ଶହରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ଛଟେଇ କଲେ ପ୍ରଶାସନ : ସ୍ୱାସ୍ଥ୍ୟକର୍ମୀଙ୍କ ବିରୋଧ

କୋରାପୁଟ, (କେପିଏନ୍‌ଏସ୍‌) : ଏକା ଥରକୁ ୧ ଶହରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଛଟେଇ କରାଯାଇଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟକର୍ମୀମାନେ ବିରୋଧ କରିଛନ୍ତି । କୋଭିଡ କେୟାର୍‌ ହୋମ୍‌ରେ କାର୍ଯ୍ୟରତ ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀମାନେ ୩ ମାସ ପାଇଁ ଚିକ୍ତି ଭିତ୍ତିରେ ନିଯୁକ୍ତି ପାଇଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ କୋଭିଡ୍‌ କେୟାର୍‌ ହୋମ୍‌ ବନ୍ଦ କରିବା ନିଷ୍ପତ୍ତି ପରେ ଏମାନଙ୍କୁ ଚୁକ୍ତି ଅବଧି ପୂର୍ବରୁ ଛଟେଇ କରାଯାଇଥିବା ସ୍ୱାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି । ମାତ୍ର ୨୨ ଦିନ ଚାକିରୀ କରିବା ପରେ ଏମାନେ ପୁଣି ଚାକିରୀ ହରେଇଛନ୍ତି । ସେମାନେ କ୍ଷୋଭର ସହ କହିଛନ୍ତି ଯେ, ସେମାନଙ୍କୁ ଦରମା ମିଳିଲା ନାହିଁ କିମ୍ବା କୌଣସି ଥଇଥାନ ମଧ୍ୟ ମିଳିଲା ନାହିଁ । କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଜଣାଇଛନ୍ତି ସଂପୃକ୍ତ ସ୍ୱାସ୍ଥ୍ୟକର୍ମୀ ବୃନ୍ଦ । ମାସକୁ ୨୫ ହଜାର ୫ ଶହ ଟଙ୍କା ଦରମା ଦେବା ଭଳି ଆକର୍ଷଣୀୟ ଅଫର୍‌ ଦେଇ ଅନ୍ୟ ସ୍ଥାନରୁ ଚାକିରୀ ଛାଡ଼ି ଏମାନେ ସମସ୍ତେ ଯୋଗଦାନ କରିଥିଲେ । କରୋନା ଭଳି ମହାମାରୀକୁ ମଧ୍ୟ ନିଜ କ୍ୟାରିଅର୍‌ ପାଇଁ ଆପଣେଇ ନେଇ ଏମାନେ ଚାକିରୀରେ ଯୋଗ ଦେଇଥିବା ବେଳେ ତାଙ୍କୁ ଏଭଳି ମାତ୍ର ୨୨ ଦିନରେ ଘଉଡେ଼ଇ ଦେବା ପ୍ରଶାସନର ତାଙ୍କ ପ୍ରତି ଘୋର୍‌ ଅନ୍ୟାୟ ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.