ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଘରମାଲିକ ଓ ଶ୍ରମିକଙ୍କ ଜୀବନ ଗଲା

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପାଇଖାନା ଟାଙ୍କି ଖୋଳୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ଜଣେ ଶ୍ରମିକ ଅଛନ୍ତି । ଶ୍ରମିକଙ୍କୁ ବଞ୍ଚାଇବାକୁ ଯାଇ ସେନା କର୍ମଚାରୀଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ପିଟବାରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଦ୍ୱୟ ହେଲେ- ଅବସରପ୍ରାପ୍ତ ସେନା କର୍ମଚାରୀ ସଞ୍ଜୟ ପ୍ରଧାନ ଏବଂ ଶ୍ରମିକ ସନ୍ତୋଷ କହଁର। ସୂଚନା ଅନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ସଞ୍ଜୟଙ୍କୁ ପିଟବାରି ଗାଁରେ ସରକାରୀ କୋଟାରେ ଏକ ଜାଗା ମିଳିଥିଲା । ସେହି ଜାଗାରେ ଘର ନିର୍ମାଣ କରୁଥିବା ବେଳେ ଘର ପାଇଁ ଏକ ପାଇଖାନା ଟାଙ୍କି ଖୋଳୁଥିଲେ । ସୋମବାର ଦିନ ପାଇଖାନା ଟାଙ୍କି ଖୋଳା ଚାଲିଥିବା ବେଳେ ଏଥିରେ ନିୟୋଜିତ ଶ୍ରମିକ ସନ୍ତୋଷଙ୍କର ଶ୍ୱାସରୁଦ୍ଧ ହୋଇଯାଇଥିଲା ଓ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ସଞ୍ଜୟ ଟାଙ୍କି ଭିତରକୁ ପଶିଥିଲେ ଓ ତାଙ୍କର ମଧ୍ୟ ଶ୍ୱାସରୁଦ୍ଧ ହୋଇଯାଇଥିଲା । ଏହା ଦେଖି ଘରର ସଦସ୍ୟମାନେ ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଟାଙ୍କି ଭିତରକୁ ଉଦ୍ଧାର କରି ଫୁଲବାଣୀ ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିବା ବେଳେ ଶବ ଦ୍ୱୟକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଅବ୍ୟାହତ ରଖିଛି ପୋଲିସ ।

Leave A Reply

Your email address will not be published.

six − one =

error: Content is protected !!