jayashree

ଅଞ୍ଚଳ ମହାବିଦ୍ୟାଳୟରେ ପବିତ୍ର ଗଙ୍ଗାଧର ଜ୍ୟୋତି ଯାତ୍ରାକୁ ଭବ୍ୟ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଅବସରରେ ବରପାଲିରୁ କବିବରପୁର ଅଭିମୁଖେ ଯାଉଥିବା ପବିତ୍ର ‘ଗଙ୍ଗାଧର ଜ୍ୟୋତି ଯାତ୍ରା’କୁ ପଦ୍ମପୁର ସ୍ଥିତ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଭକ୍ତିପୂତ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦିଗମ୍ବର ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ତଥା ଅଧ୍ୟାପକ ଡ. ସରୋଜ କୁମାର ନାଏକଙ୍କ ସଂଯୋଜନା ଓ ପରିଚାଳନାରେ ଏହି ସ୍ୱାଗତ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟାପିକା ମୋନାଲିସା ସ୍ୱାଇଁ, ଅଧ୍ୟାପକ ଭୁବନେଶ୍ୱର ବରିହା, ଅଧ୍ୟାପକ ନିର୍ମଳ କୁମ୍ଭାର, ସୁରେଶ୍ୱରୀ ପାଣ୍ଡେ ଏବଂ ସୁରକ୍ଷା କର୍ମୀ ଯୋଗେନ୍ଦ୍ର କୁମ୍ଭାର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଏହି ଅବସରରେ ମହା ବିଦ୍ୟାଳୟର ସମସ୍ତ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶୋଭାଯାତ୍ରାକୁ ପୁଷ୍ପବୃଷ୍ଟି ସହ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । କଲେଜ ପରିସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ଏହି ପବିତ୍ର ଜ୍ୟୋତି କବିବରପୁରଠାରେ ଆୟୋଜିତ ସାରସ୍ୱତ ସଭା ଓ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅଭିମୁଖେ ଅଗ୍ରସର ହୋଇଥିଲା ।

Leave A Reply

Your email address will not be published.