jayashree

କନସିଂହା ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାଧର ଜୟନ୍ତୀ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କନସିଂହା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ପ୍ରେମାନନ୍ଦ ବେହେରାଙ୍କ ସଭାପତିତ୍ୱରେ ସତ୍ୟସେବା ସରକାରୀ ଉଚ୍ଚ ବିଦ୍ୟାଳୟରେ ଆଜି  ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶ୍ରୀ ରୋଶନୀ ଦେହେରୀ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଉମାକାନ୍ତ ପୋଢ଼ ଓ ଉପାଧ୍ୟକ୍ଷା ଶ୍ରୀମତୀ ସରୋଜିନୀ ସାହୁ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ସ୍ୱଭାବ କବି ଗଙ୍ଗାଧରଙ୍କ ସାହିତ୍ୟ କୃତି ସମ୍ବନ୍ଧରେ ଆଲୋକପାତ କରିଥିଲେ । ସଞ୍ଜୟ ଦେହେରୀ ଓ ସୁଶାନ୍ତ ମେହେର ଗଙ୍ଗାଧରଙ୍କ ଗୀତଗୁଡିକୁ ପରିଚାଳନା କରିଥିଲେ । ଦାଶରଥି ମହାନନ୍ଦ ଓ ବଳରାମ ଦେହେରୀ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଜିତେନ୍ଦ୍ରିୟ ଗିଙ୍ଗିରା, ଶ୍ରୀମତୀ ସୁକୃତା ସୁନା, ସୁଶ୍ରୀ ମୋନାଲିସା ପାଣିଗ୍ରାହୀ ଓ ଶଶୀଭୂଷଣ ବାରିକ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ପରିଶେଷରେ ଶ୍ରୀମତୀ ଚନ୍ଦନା ଚନ୍ଦ୍ରପ୍ରଭା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.