ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଯୁକ୍ତ ଦୁଇ ବିଭାଗର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ପ୍ରଭାତ କୁମାର ମହାପାତ୍ରଙ୍କ ସଭାପତିତ୍ୱ ତଥା ମହାବିଦ୍ୟାଳୟ କର୍ମଚାରୀ ସଂଘ ତରଫରୁ ନବନିଯୁକ୍ତ ଅଧ୍ୟକ୍ଷ ଡ. ଦିଗାମ୍ବର ଚାନ୍ଦଙ୍କୁ ଏକ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷକ କର୍ମଚାରୀ ସଂଘର ସମ୍ପାଦକ ତୁଷାର କାନ୍ତ ସାହୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପ୍ରଶାସନିକ ମୁଖ୍ୟ ପ୍ରମୋଦ କୁମାର ତ୍ରିପାଠୀ, ଶୈକ୍ଷିକ ମୁଖ୍ୟ ଡ. ସରୋଜ କୁମାର ନାଏକ, ଶିକ୍ଷକ କର୍ମଚାରୀ ପରିଷଦର ସମ୍ପାଦକ ସନ୍ତୋଷ କୁମାର ମିଶ୍ର ମୁଖ୍ୟ ଲିପିକ ଧୁବେଇ ରଣା ଓ ସମସ୍ତ କର୍ମଚାରୀ ନୂତନ ଅଧ୍ୟକ୍ଷଙ୍କୁ ପୁଷ୍ପଗୁଚ୍ଛ ଓ ଶୁଭେଚ୍ଛା ବାର୍ତ୍ତା ଦେଇ ସ୍ୱାଗତ ଜଣାଇଥିଲେ । ନିଜର ସମ୍ବର୍ଦ୍ଧନା ଉତ୍ତରରେ ନୂତନ ଅଧ୍ୟକ୍ଷ ଡ. ଚାନ୍ଦ ଶିକ୍ଷାନୁଷ୍ଠାନର ସର୍ବାଙ୍ଗୀନ ଉନ୍ନତି, ଗୁଣାତ୍ମକ ଶିକ୍ଷାଦାନ ଏବଂ ସୁଶାସନ ପାଇଁ ସମସ୍ତଙ୍କର ଆନ୍ତରିକ ସହଯୋଗ କାମନା କରିଥିଲେ । ତାଙ୍କର ଏହି ଭାବପୂର୍ଣ୍ଣ ଆହ୍ୱାନ ଉପସ୍ଥିତ ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ହୃଦୟକୁ ସ୍ପର୍ଶ କରିବା ସହ ଅନୁଷ୍ଠାନକୁ ଏକ ନୂଆ ଦିଗଦର୍ଶନ ଦେବାର ବିଶ୍ୱାସ ଭରିଦେଇଥିଲା । କାର୍ଯ୍ୟକ୍ରମର ଶେଷରେ ଶିକ୍ଷକ କର୍ମଚାରୀ ସଂଘର ସହ-ସମ୍ପାଦକ ପ୍ରଶାନ୍ତ ସିଦାର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post
