jsm

ଚଟୁଅନକାରେ ସ୍ୱଚ୍ଛତା ପକ୍ଷ ପାଳିତ

csstore

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଚଟୁଅନକା ଗ୍ରାମର ଅଙ୍ଗନବାଡ଼ି ଖ କେନ୍ଦ୍ରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚଟୁଅନକା ଉପସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଆୟୋଜିତ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ମହିଳା ସ୍ୱାସ୍ଥ୍ୟ କର୍ମୀ ନମିତା ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟବକ୍ତା ଭାବେ ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଅଙ୍ଗନବାଡ଼ି ସୁପରଭାଇଜର ପ୍ରମୋଦା ପାଣିଗ୍ରାହୀ, ସମାଜସେବୀ ଥମିର ଛତ୍ରିଆ, ସହଦେବ ମାଝୀ, ଅଙ୍ଗନବାଡ଼ି କର୍ମୀ ସଙ୍ଗୀତା ବଏ ଯୋଗ ଦେଇଥିଲେ । ପରିବେଶକୁ ସଫାସୁତୁରା ରଖିବା ସହିତ ପ୍ଳାଷ୍ଟିକ ବର୍ଜନ, ନିୟମିତ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ ଅତିଥି ମାନେ ମତ ଦେଇଥିଲେ । ସଭା ପରେ ଉପସ୍ଥିତ ମହିଳା, ସ୍ୱୟଂସହାୟକ ଦଳ, ଗ୍ରାମବାସୀ ମିଶି ପଦଯାତ୍ରା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଶାକର୍ମୀ ସୂର୍ଯ୍ୟକାନ୍ତୀ ମାଝୀ, ଈନ୍ଦୁମତି ମାଝୀ, ଗୋମତି ପୁଟେଲ, ଜେମାମଣି କଲେତ ଆଦି ସହଯୋଗ କରିଥିଲେ ।

yuvodaya
Leave A Reply

Your email address will not be published.