jsm

ସ୍ୱର୍ଗୀୟା ସୁଭାଷିଣୀ ପାଣିଗ୍ରାହୀଙ୍କ ତିରୋଧାନ ଦିବସ ପାଳିତ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଯମୁନା କନ୍ଧୁଣୀ ବାଳିକା ବିଦ୍ୟାଳୟର ସଂସ୍କୃତ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟରେ ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ସ୍ୱର୍ଗୀୟା ସୁଭାଷିନୀ ପାଣିଗ୍ରାହୀଙ୍କ ତିରୋଧାନ ଦିବସରେ ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସ୍ମୃତି ସଭା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗୀୟା ପାଣିଗ୍ରାହୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଛାତ୍ରୀମାନେ ତାଙ୍କ ସୃତି ଉଦେଶ୍ୟରେ ସଂଗୀତ ଗାନ ସହିତ ନିରବ ପ୍ରାର୍ଥନା କରିଥିଲେ । ଏହି ସଭାରେ ସଂସ୍କୃତ ବିଶାରଦ ସମୀର ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗୀୟା ପାଣିଗ୍ରାହୀଙ୍କ ଉପରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ପଣ୍ଡା ସ୍ୱର୍ଗୀୟା ପାଣିଗ୍ରାହୀଙ୍କ ବିଦ୍ୟାଳୟ ପ୍ରତି ଅବଦାନ, ଛାତ୍ରୀମାନଙ୍କ ପ୍ରତି କିପରି ସ୍ନେହ, ଶ୍ରଦ୍ଧା କରୁଥିଲେ ତାହା ଆଲୋକପାତ କରିବା ସହିତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଦ୍ୟାଳୟ ପ୍ରତି ଆନୁଗତ୍ୟ ପ୍ରକାଶ କରିବା ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟ୍ୟରେ ଶିକ୍ଷୟତ୍ରୀ ଉଷା ଦାଶ, ଅନିମା ରାଉତ, ନମିତା ସାହୁ ଶିକ୍ଷକ ସେବକ ସେଠ ସ୍ୱର୍ଗୀୟା ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରିଥିଲେ ଏବଂ ସମସ୍ତ କର୍ମଚାରୀ ଛାତ୍ରୀମାନେ ଉପସ୍ଥିତ ଥିଲେ । ଶେଷରେ ଆଜିର ଦିନକୁ ମନେ ପକାଇବା ପାଇଁ ପ୍ରତ୍ୟେକ ବର୍ଷ ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

yuvodaya
Leave A Reply

Your email address will not be published.