pakka

ମ.ରାମପୁର ପୁଲିସ୍ ଜାରୀ କଲା ଜରୁରୀ ସୂଚନା : ସୁନା ସଫେଇ ବାହାନାରେ ସୁନା ଲୁଟ୍ ଦଳ ସକ୍ରିୟ, ଅଜଣା ବ୍ୟକ୍ତି ସୁନା ସଫେଇ ପାଇଁ ଘରକୁ ଆସିଲେ ପୁଲିସ୍‌କୁ ସୂଚନା ଦେବାକୁ ଅନୁରୋଧ

bbehera

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ପୁଲିସ୍ ତରଫରୁ ଆଜି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସୁନା ସଫେଇ ବାହାନାରେ ମ.ରାମପୁର ଅଞ୍ଚଳରେ ସୁନା ଲୁଟ୍‌ର ଘଟଣା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ମ.ରାମପୁର ପୁଲିସ ତରଫରୁ ସୂଚନା ଦେଇ ସାଧାରଣ ଜନତାଙ୍କୁ ସଚେତନ କରିବାକୁ ଯାଇ ନିମ୍ନ ସୂଚନା ଉଲ୍ଲେଖ କରିଛି ।
ସମସ୍ତଙ୍କୁ ଶୁଭ ସକାଳ…
ଗୁରୁତ୍ୱପୂର୍ଣ୍ଣ ସୂଚନା…
କେତେ ଗୋଟି ଲୋକଙ୍କର ଟୋଲୀ ମ.ରାମପୁର ଅଞ୍ଚଳରେ ଆସ୍ଥାନ ଜମେଇଛନ୍ତି । ଯେଉଁମାନେ ଗାଁ ଗାଁ ବୁଲି ଲୋକଙ୍କୁ ସୁନା ସଫା କରି ଦେବା ଆଳ ଦେଖାଇ ଲୋକଙ୍କଠୁ ସୁନା ଠକି ନେଉଛନ୍ତି । ତେଣୁ ଆପଣମାନଙ୍କୁ ଅନୁରୋଧ ଦୟା କରି ମେସେଜଟିକୁ ସବୁଆଡେ ସେୟାର କରି ଲୋକଙ୍କୁ ସଚେତନ କରାନ୍ତୁ କି କୌଣସି ଅଜଣା ଲୋକ ସୁନା ସଫା କରିଦେବା ବାହାନାରେ ଆସିଲେ ତୁରନ୍ତ ଥାନାକୁ ଜଣାନ୍ତୁ ଏବଂ କାହା କଥାରେ ନ ପଡି ଠକାମୀ ର ଶିକାର ନ ହୁଅନ୍ତୁ । ଆଜି ଜଣେ ବ୍ୟକ୍ତିର ସୁନା ସଫା କରିଦେବା ବାହାନାରେ ପ୍ରାୟ ଦେଢ଼ ଭରି ସୁନା ନେଇ ସେମାନେ ଚମ୍ପଟ ମାରିଛନ୍ତି । ଆଉ ବି ଏମିତି ଘଟଣା ସେମାନେ ଘଟେଇ ଥାଇ ପାରନ୍ତି ବା ଘଟେଇବା ଯୋଜନାରେ ଥାଇପାରନ୍ତି । ଲୋକଙ୍କୁ ସଚେତନ କରାଇ ଠକାମୀର ଶିକାର ନ ହେବାକୁ ସନ୍ଦେସ ପହଞ୍ଚାନ୍ତୁ ।
ଧନ୍ୟବାଦ
ମ.ରାମପୁର ପୋଲିସ

Leave A Reply

Your email address will not be published.

four − four =