pakka

ନୂଆଗାଁ ରେଳ ଷ୍ଟେସନର ଶୁଭାରମ୍ଭ କରିବେ ରେଳମନ୍ତ୍ରୀ

bbehera

ନୟାଗଡ଼ : ଖୋର୍ଦ୍ଧା ବଲାଙ୍ଗିର ରେଳପଥର କାର୍ଯ୍ୟ ଆଉ ପାଦେ ଆଗକୁ ଯାଇଛି । ନୟାଗଡ଼ ଜିଲ୍ଲା ମହୀପୁର ଷ୍ଟେସନ୍ ଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩ କି.ମି କାର୍ଯ୍ୟ ଶେଷ ହୋଇଛି । ଆଜି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ମହୀପୁର ନୂଆଗାଁ ରେଳ ଷ୍ଟେସନର ଶୁଭାରମ୍ଭ କରିବେ । ଏକ ସ୍ପେଶାଲ୍ ଟ୍ରେନ୍‌ରେ ମନ୍ତ୍ରୀ ଅପରାହ୍ନ ୩ଟା ସମୟରେ ନୂଆଗାଁ ଷ୍ଟେସନରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଏଠାରେ ସେ ଖୋର୍ଦ୍ଧା ବଲାଙ୍ଗିର ରେଳପଥ କାମର ସମୀକ୍ଷା କରିବା ସହ ଭୁବନେଶ୍ଵର ମହୀପୁର ପାସେଞ୍ଜର ଟ୍ରେନ୍‌ରେ ନୂଆଗାଁ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରଣ ସମ୍ପର୍କରେ ଘୋଷଣା କରିବେ ।

ଏହା ସହିତ ନୂଆଗାଁରୁ ପୁରୀକୁ ନୂତନ ଟ୍ରେନ୍‌ର ଶୁଭାରମ୍ଭ ଏବଂ ବୋଲଗଡ଼ ପାସେଞ୍ଜର ହଲ୍ ଠାରେ ସେବା ଏକ୍ସପ୍ରେସ୍ ରହଣି ପାଇଁ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ସମୟରେ ନୂଆଗାଁ ରୋଡ୍ ଷ୍ଟେସନ୍ ଠାରେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହିବେ । ଅଗଷ୍ଟ ୨୦୧୯ ମସିହାରେ ମହୀପୁର ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବା ବେଳେ ୨୦୨୦ମଧ୍ୟରେ ନୂଆଗାଁ ପର୍ଯ୍ୟନ୍ତ ସମସ୍ତ କାମ ଶେଷ କରିବାକୁ ଲକ୍ଷ୍ୟ ଥିଲା । କିନ୍ତୁ କରୋନା ପାଇଁ ଏହି କାମରେ ବହୁ ବିଳମ୍ବ ହୋଇଥିଲା ।

ଖୋର୍ଦ୍ଧା ବଲାଙ୍ଗିର ରେଳପଥର ନୂଆଗାଁ ପର୍ଯ୍ୟନ୍ତ ୬୫ କି.ମି ରେଳପଥ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଗତ ମାର୍ଚ୍ଚ ୨୩ରେ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା କମିଶନର୍ ସୁଭୋମୟ ମିତ୍ର ଏକ ସ୍ପେସାଲ୍ ଟ୍ରେନ୍‌ରେ ନୟାଗଡ଼ ଆସି ସେଠାରୁ ସୁରକ୍ଷା ଯାଞ୍ଚ୍ ବଗିରେ ନୂଆଗାଁ ପର୍ଯ୍ୟନ୍ତ ଯାଇ ସୁରକ୍ଷା ଯାଞ୍ଚ୍ କରିଥିଲେ । ଆଜିଠାରୁ ନୂଆଗାଁକୁ ରେଳ ଚଳାଚଳ ଆରମ୍ଭ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

jay balangir
Leave A Reply

Your email address will not be published.

eight + 4 =

error: Content is protected !!