ଦନ୍ତା ଆକ୍ରମଣରେ ୨ ମୃତ

ମୋରଡ଼ା : ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଥମୁନି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ୨ ମୃତ । ରାସଗୋବିନ୍ଦପୁର ରେଞ୍ଜ ଅଧିନ ମୋରଡ଼ା ବ୍ଲକର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ଗତକାଲି ରାତିରେ ହାତୀ ଆକ୍ରମଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାନୁଯାୟୀ, ସମାଇଡ଼ିହି ଗ୍ରାମର ପିତାମ୍ବର ପରମାଣିକଙ୍କ ପରିବାର ଖାଇପିଇ ଶୋଇଥିଲେ । ଏତିକି ବେଳେ ଏକ ଦନ୍ତା ହାତୀ ଗାଁ ଭିତରକୁ ପଶି ଆସି ପିତାମ୍ବରଙ୍କ ଘର ଉପରେ ଆକ୍ରମଣ କରିବା ସହ ପିତାମ୍ବରଙ୍କ ନାବାଳିକା ଝିଅ ଗୁନୁ ପରମାଣିକ (୫)କୁ ଶୁଣ୍ଢରେ ଉଠାଇ କଚାଡି ଗୋଡ଼ରେ ଦଲି ଦେଇଥିଲା । ତେବେ ନାବାଳିକା ଜଣଙ୍କ ଦିବ୍ୟାଙ୍ଗ ଥିବା ବେଳେ ତାଙ୍କ ମା ଝିଅକୁ ଧରି ଦୌଡି ପଳାଉଥିବା ବେଳେ ଦନ୍ତାହାତୀଟି ଶୁଣ୍ଢରେ ଟାଣି ଆଣି କଚାଡିବାରୁ ମା ଆହତ ହୋଇଥିଲେ ।

ଅପରପକ୍ଷରେ ମୋରଡ଼ା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅଧିନ ତାଡ଼କି ଗ୍ରାମର ଖଡିଆସାହିରେ ହାତୀ ପକ୍କା ଘର କାନ୍ଥ ଠେଲି ଦେବାରୁ କାନ୍ଥରେ ଚାପିହୋଇ ବୃଦ୍ଧ ଦେବ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାତୀ ଭୟରେ ଗ୍ରାମବାସୀମାନେ ଆତଙ୍କିତ ଏବଂ ଉଜାଗର ରହିଥିବା ଜଣାପଡିଛି ।

Leave A Reply

Your email address will not be published.

20 + 9 =