pakka

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ

bbehera

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁସାରେ ସପ୍ତମ ବେତନ କମିଶନର ବକେୟା ୨୦ ପ୍ରତିଶତ ଏରିଅର ବିଲ କରେଇଦେବା ବାବଦକୁ ସ୍ୱାସ୍ଥ୍ୟ କେନ୍ଦ୍ରର ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ଗୋପୀନାଥ ହେମ୍ବ୍ରମଙ୍କ ପାଖରୁ ୨୫ ହଜାର ଲାଞ୍ଚ ଦାବୀ କରିଥିଲେ । ଏ ନେଇ ଗୋପିନାଥ ହେମ୍ରମ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଥିଲେ । ବାଦାମପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ କିରାଣୀ ହିମାଂଶୁ ଶେଖର ପଣ୍ଡା ପୂର୍ବରୁ ୧୦,୦୦୦ ଟଙ୍କା ନେଇଥିବା ବେଳେ ବୁଧବାର ୨୫,୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ । କିରାଣୀଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନରେ ଚଢାଉ ଜାରି ରହିଛି ।

jay balangir
Leave A Reply

Your email address will not be published.

2 × 3 =

error: Content is protected !!