pakka

ଖେଳ ପଡ଼ିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର

bbehera

ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଶେରଗଡ଼ ଗ୍ରାମରେ ଥିବା ମହାତ୍ମାଗାନ୍ଧୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆର ପଛପଟୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ରାମଗିରି ଗ୍ରାମର ସୀମାଞ୍ଚଳ ସାହୁ (ବୟସ ୨୫ ବର୍ଷ) । ସୀମାଞ୍ଚଳଙ୍କ ମୃତଦେହ ପାଖରେ ତାଙ୍କ ମୋବାଇଲ୍ ଓ ଜୋତା ପଡ଼ିରହିଛି । ତାଙ୍କ ବେକରେ ତଣ୍ଟିଚିପା ଦାଗ ଥିବାରୁ ଏହା ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସୂଚନାନୁଯାୟୀ, ସୀମାଞ୍ଚଳ କିଛି ବର୍ଷ ହେଲା ଭୁବନେଶ୍ୱର ଏକ ହୋଟେଲରେ ରହୁଥିଲେ । ସେଠାରେ ରହିବା ପରେ ଗତ ଦୁଇ ଦିନ ହେଲା ସେ ରାମଗିରି ଆସିଥିଲେ । ଭୁବନେଶ୍ୱରରେ କିଛି ବଚସା ହୋଇଥାଇ ପାରେ ବୋଲି ପୋଲିସ ତାର ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି । ଥାନା କେସ୍‌ ନଂ ୨୦୩/୨୨ପ୍ରକାରେ ଏକ ମାମଲା ରୁଜୁ କରି ଖେଳ ପଡ଼ିଆରୁ ସୀମାଞ୍ଚଳଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

jay balangir
Leave A Reply

Your email address will not be published.

four × two =

error: Content is protected !!