pakka

ସ୍ତ୍ରୀକୁ କଟୁରୀରେ ହାଣିଲା ନୃଶଂସ ସ୍ୱାମୀ

bbehera

ସୋର : ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମରେ ପାରିବାରିକ କଳହକୁ ନେଇ ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀ ହତ୍ୟା କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ପ୍ରାର୍ଥୀ ଗ୍ରାମର ଯଶୋଦା ଦାସ । ସୂଚନା ଅନୁସାରେ ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ପ୍ରାର୍ଥୀ ଗ୍ରାମର ମନୋରଞ୍ଜନ ଦାସ ତାଙ୍କ ସ୍ତ୍ରୀ ଯଶୋଦା ଦାସ ମଧ୍ୟରେ କୌଣସି କାରଣକୁ ନେଇ ଝଗଡା ହୋଇଥିଲା । ଏହାକୁ ନେଇ ଯଶୋଦା ବାପ ଘରକୁ ଯିବା ପାଇଁ ବାହାରି ଥିଲେ । ଯଶୋଦା ବିଲ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏଥିରେ ଉତ୍ତ୍ୟକ୍ତ ହୋଇ ମନୋରଞ୍ଜନ ଏକ ଧାରୁଆ କଟୁରିରେ ଯଶୋଦାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ଘଟଣା ସ୍ଥଳରେ ଯଶୋଦାଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣା ପରେ ମନୋରଞ୍ଜନଙ୍କୁ ଗ୍ରାମବାସୀ ଅଟକ ରଖିଛନ୍ତି । ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

jay balangir
Leave A Reply

Your email address will not be published.

five × 5 =

error: Content is protected !!