pakka

ରଥଯାତ୍ରା ପାଇଁ ଟ୍ରାଫିକ୍ ଓ ପାର୍କିଂ ବ୍ୟବସ୍ଥା

bbehera

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଉ ଦିନକ ପରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ହେଲାଣି ଶ୍ରୀକ୍ଷେତ୍ର ଦାଣ୍ଡ । ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ପ୍ରଶାସନ ପକ୍ଷରୁ ଟ୍ରାଫିକ୍ ଓ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଯାତ୍ରୀବାହି ବସ୍ ଗୁଡ଼ିକ ମାଳତୀପାଟପୁର ବସ୍‌ ଷ୍ଟାଣ୍ଡରେ ରହିବେ ଓ ଯିବା ଆସିବା କରିବେ । ସେହିପରି ପୁରୀକୁ ଆସୁଥିବା ପାସେଞ୍ଜର ବସ୍‌ ଗୁଡିକ ମାଳତୀପାଟପୁର ଆରଓବି ଦେଇ ତାଳବଣିଆରେ ପାର୍କିଂ ଓ ଯିବା ଆସିବା କରିବେ । ଭୁବନେଶ୍ୱରରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମାଳତୀପାଟପୁର ଆରଓବି ଦେଇ ଆଇଟିଆଇ, ଇନଡୋର ଷ୍ଟାଡିୟମ ଓ ସଂସ୍କୃତ ବିଶ୍ଵବିଦ୍ୟାଳୟରେ ପାର୍କିଂ କରିବେ । ଏତଦ୍ ବ୍ୟତିତ ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ମଙ୍ଗଳାଘାଟ ବାଇପାସ୍ ଦେଇ ଫ୍ଲୋରିସ୍ ଇଣ୍ଡିଆ ନିକଟରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଚାରି ଚକିଆ ଯାନ ଗୁଡିକ ଗ୍ରୀଡ୍ ଷ୍ଟେସନ ଦେଇ ଆଇଟିଆଇ, ଭୂଦାନ୍ ଓ ଇନଡୋର ଷ୍ଟାଡିୟମରେ ପାର୍କିଂ କରିବେ । ଭୁବନେଶ୍ୱରରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ମାଳତୀପାଟପୁର ମଙ୍ଗଳାଘାଟ ବାଇପାସ୍ ଦେଇ ଜଗନ୍ନାଥ ବଲ୍ଲଭ, ମଶାଣୀ ଚଣ୍ଡୀ ଠାରେ ପାର୍କିଂ କରିବେ । କୋଣାର୍କରୁ ଆସୁଥିବା ଦୁଇ ଚକିଆ ଯାନ ଗୁଡିକ ସିଟି ରୋଡ, ସୁବାସ ବୋଷ ଛକ ଦେଇ ବ୍ଲୁ ଫ୍ଲାଗ ଓ ନିଳାଚଳ ଅଶୋକରେ ପାର୍କିଂ କରିବେ । ପାସ୍ ଥିବା ଯାନ ଗୁଡିକ ମାଳତୀପାଟପୁର, ମଙ୍ଗଳାଘାଟ ବାଇପାସ୍, ଷ୍ଟର୍ଲିଙ୍ଗ ରୋଡ ଓ ପରେ ଲୋକନାଥ ରୋଡ ଦେଇ ଛପନଛକ ଓ ଲୋକନାଥଙ୍କ ନିକଟରେ ପାର୍କିଂ କରିବେ ।

jay balangir
Leave A Reply

Your email address will not be published.

seventeen + twenty =

error: Content is protected !!