pakka

ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ ଅଭିଯୋଗ : ଅଭିଯୁକ୍ତ ଫେରାର୍

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି । ସେପଟେ ଅଭିଯୋଗ କଥା ଶୁଣି ଅଭିଯୁକ୍ତଜଣକ ଫେରାର୍‌ ହୋଇଯାଇଛି । ପୁଲିସ ତା’ ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି ।

ସୂଚନା ଅନୁାରେ ନାବାଳିକା ଘର ଭରତପୁର ପଣ୍ଡାକୁଦିଆ ବସ୍ତିରେ । ସେ ଏକ ସରକାରୀ କଲେଜରେ ଯୁକ୍ତ ୨ ପଢ଼ୁଛନ୍ତି । ସେ ପରିବାର ଲୋକଙ୍କ ସହ ଥାନାକୁ ଯାଇ ଉକ୍ତ ବସ୍ତିର ତପନ ଦିଗଲ ନାଁରେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ଅଭିଯୋଗ ହେଉଛି, ତପନ ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ତଳେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ପରେ କୌଣସି ମତେ ନାବାଳିକା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କଲା । ତପନ ଅନେକ ଥର ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା । ଗତ ମାସରେ ନାବାଳିକା ଜଣକ ଅନ୍ତସତ୍ତ୍ୱା ହୋଇଥିବା ଜାଣିପାରି ତପନ ତାଙ୍କୁ ମାରଧର କରିଥିଲା । ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲା । ଧୋକ୍କାର ଶିକାର ହୋଇଥିବା ଜାଣିପାରି ନାବାଳିକା ଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି ।

jay balangir
Leave A Reply

Your email address will not be published.

four × 3 =

error: Content is protected !!