pakka

ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରଠାରେ ସାମୂହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ତ୍ରି-ଦିବସୀୟ -୨୦୨୨ ଉଦ୍‌ଯାପିତ ହୋଇଯାଇଛି । ବରଗଡ଼ ବିଭାଗ ବିଦ୍ୟାମନ୍ଦିର ଓ ପଦ୍ମପୁର ସଂକୁଳରେ ଆଜି ମୁଖ୍ୟ ଅତିଥି ଭାବରେ ଭକ୍ତ ଚରଣ ସାହୁ (ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ପ୍ରାନ୍ତ ସମ୍ପାଦକ) ଯୋଗଦେଇ ଉଦ୍‌ଯାପିତ ଘୋଷଣା କରି ଭାରତୀୟ ସଂସ୍କୃତି ଓ ସମାଜର ମଙ୍ଗଳ ଉପରେ ମାର୍ଗ ଦର୍ଶନ କରିଥିଲେ । ଉକ୍ତ ସମାରୋହ ଉତ୍ସବରେ ସଂକୁଳ ସଂଯୋଜକ ଯୁବରାଜ ପଧାନ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଓ କାର୍ଯ୍ୟଶାଳାର ବୃତ୍ତ କଥନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବରଗଡ଼ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା ଯୋଗଦେଇ ସମୟାନୁବର୍ତ୍ତିତା, ପୂର୍ବ ପ୍ରସ୍ତୁତି ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପରେ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅନ୍ୟତମ ଅତିଥି ଭାବରେ ଗଣେଶ୍ୱର ପାତ୍ର କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବା ବେଳେ ଦ୍ୱାଦଶ କୁମାର ପଧାନ ସଭାପତି ତଥା ସଂକୁଳ ପ୍ରମୁଖ ଯୋଗଦେଇ ଆଚାର୍ଯ୍ୟ ଓ ରାଷ୍ଟ୍ର ନିର୍ମାଣ ଉପରେ ଆଲୋକପାତ କରିଥିଲେ ।ବରଗଡ଼ ବିଭାଗ ବିଦ୍ୟାମନ୍ଦିର ଓ ପଦ୍ମପୁର ସଂକୁଳରୁ ୨୦୦ ଜଣ ଗୁରୁଜୀ ଗୁରୁମା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁମାନଙ୍କ ଉନ୍ନତି ପାଇଁ ନିଜର ଦକ୍ଷତା ବିକାଶ କରିଥିଲେ । ଶେଷରେ ଗୁରୁଜୀ ଚୈତନ୍ୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.

ten + sixteen =