pakka

ଚାରପାଲି ଗ୍ରାମରେ ଜଳ ଯୋଗାଣ ପାଇଁ ଦାବୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ବରିକେଲ ପଞ୍ଚାୟତର ଚାରପାଲି ଗ୍ରାମ ୨୫୦୦ ଜନସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଅଟେ । ତାହା ପଦ୍ମପୁର ସହର ନିକଟରେ ଅବସ୍ଥିତ । ଦୀର୍ଘ ଦିନରୁ ଏହି ଗ୍ରାମରେ ପାନୀୟଜଳର ସୁବିଧା ନା ଗାଧୋଇବାର ବ୍ୟବସ୍ଥା ଅଛି ନା ପରିମଳର ବ୍ୟବସ୍ଥା ଅଛି ବୋଲି ଅଭିଯୋଗ ହେଉଛି । ସୂଚନା ଅନୁସାରେ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଅତିକ୍ରମ କରି ଦେଢ କିଲୋ ମିଟର ହେବ ଚିରୋଲି ବନ୍ଦକୁ ଲୋକେ ଚାଲିଚାଲି ଗାଧୋଇବାକୁ ଯାଇଥାନ୍ତି । ଏହି ଗ୍ରାମରେ ପରିମଳ ବ୍ୟବସ୍ଥା ନଥିବାରୁ ଲୋକେ ବାହାରକୁ ଶୌଚ ପାଇଁ ଯାଇଥାନ୍ତି । ଏହି ଗ୍ରାମରେ ଗୋଟିଏ ନଳକୂପ କାର୍ଯ୍ୟକ୍ଷମ ଅଛି । ତାହା ସମୁଦ୍ରକୁ ଶଙ୍ଖେ ଭଳି ପାଣି ନିଅଣ୍ଟ ପଡୁଛି ବୋଲି ମତ ପ୍ରକାଶ ପାୁଛି । ଆଜକୁ ୨ବର୍ଷରୁ ଅଧିକ ହେବ ସରକାରଙ୍କର ଜଳ ପରିମଳ ବିଭାଗ ପକ୍ଷରୁ ଜଳ ଯୋଗାଣର ବ୍ୟବସ୍ଥା ପାଇଁ ପାଣି ଟାଙ୍କି ନିର୍ମାଣ କରାଯାଇଛି । କେତେକଙ୍କ ଘରେ ଘରେ ପାଣି ପାଇପ ସଂଯୋଗ କରାହୋଇଛି । ହେଲେ ଜଳଯୋଗାଣ ଠପ ହୋଇ ପଡିଛି ବୋଲି ମତ ପ୍ରକାଶ ପାଇଛି । ଏଣୁ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଶୀଘ୍ର ଚାରପାଲି ଗ୍ରାମରେ ଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

three × 3 =