pakka

ଭଟଲି ବ୍ଲକରେ ମିଶନ ଶକ୍ତି କାର୍ଯ୍ୟକ୍ରମ

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭଟଲି ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତର ମହିଳାମାନଙ୍କୁ ସ୍ୱାବଲମ୍ବି କରିବା ଓ ସେମାନଙ୍କର ଆର୍ଥିକ ଉନ୍ନତିର ବିକାଶ ଉଦ୍ଦେଶ୍ୟରେ ଆଜି ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ପକ୍ଷରୁ ମାଗଣା ଟ୍ରାକ୍ଟର ବଣ୍ଟନ କରାଯାଇଥିଲା । ବରଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଭଟଲି ବ୍ଲକର ଉର୍ଦ୍ଧୁନା, ଚଡେଇଗା, କେଶେଇପାଲି ଓ ଭଡିଗାର ୪ଟି ମହିଳା ମହାସଂଘକୁ ଉକ୍ତ ଟ୍ରାକ୍ଟର ବଣ୍ଟନ କରାଯାଇଥିଲା । ସେହିପରି ବ୍ଲକ ଅଞ୍ଚଳର ୨୨୧ ଜଣ ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଭତ୍ତା ବଣ୍ଟନ କରାଯାଇଥିଲା । ଏହି ଅବସରରେ ଭଟଲି ବ୍ଲକ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ସୁଶାନ୍ତ ସିଂ ଯୋଗଦେଇ ମହିଳା ମହାସଂଘ ଗୁଡ଼ିକୁ ଟ୍ରାକ୍ଟର ଚାବି ପ୍ରଦାନ କରିଥିଲେ । ସଭା ବ୍ଲକ ଉନ୍ନୟନ ଅଧିକାରୀ ଧୀରେନ୍ଦ୍ର ସେଠୀ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଟଲି ବ୍ଲକ ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ, ଅମ୍ବାଭନା ବ୍ଲକ ଅଧ୍ୟକ୍ଷ କୀର୍ତ୍ତି ଚନ୍ଦ୍ର ଦୁଆନ, ସରପଞ୍ଚ ଗୋବିନ୍ଦ ପଧାନ, ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ବାବୁ ପ୍ରମୁଖ ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

15 − 4 =