pakka

ଇଣ୍ଡିଆର ଟପ୍‌ ୫୦ ଉଦ୍ୟୋଗୀ ମଧ୍ୟରୁ ବଲାଙ୍ଗିର ମାଟିର ଶୁଭମ ଦର୍ଜୀ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମାଟିର ସୁଯୋଗ୍ୟ ସନ୍ତାନ ଯୁବ ଉଦ୍ୟୋଗୀ ଶୁଭମ କୁମାର ଦର୍ଜୀ । ଯୁବ ଉଦ୍ୟୋଗୀ ଶୁଭମ ଏବେ ବଲାଙ୍ଗିର ମାଟିରୁ ଦିଲ୍ଲୀ ପର୍ଯ୍ୟନ୍ତ ପହଂଚି ପାରି ସାରା ବଲାଙ୍ଗିର ତଥା ପଶ୍ଚିମ ଓଡ଼ିଶା ମାଟି ପାଇଁ ଗର୍ବ ଓ ଗୌରବ ସାଜିଛନ୍ତି । ରାଜଧାନୀ ଦିଲ୍ଲୀ ଠାରେ ଗତ ନଭେମ୍ନର ୨୬ରେ ଏଡ଼୍‌ ଇନୋଭା ଆୱାଡର଼୍ ସେର୍‌ମୋନୀ ବଡ଼ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମିର୍‌ ରଂଜନ ନେଗୀ ଯୋଗ ଦେଇଥିବା ବେଳେ ପଂଜାବର ଜଣେ ବିଶିଷ୍ଟ ସମାଜସେବୀ ଇସୁ କାର୍ଲା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ବଲିଓଡ଼୍‌ ଅଭିନେତା ଅଭିନେତ୍ରୀ ମାନେ ମଧ୍ୟ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଇଣ୍ଡିଆର ଟପ୍‌ ୫୦ ଉଦ୍ୟୋଗୀ ତଥା ବିଭିନ୍ନ କ୍ଷେତ୍ର ରେ କାମ କରି ଉତ୍ତୀର୍ଣ୍ଣ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଟପ୍‌ ୫୦ ମଧ୍ୟରୁ ବଲାଙ୍ଗିର ତଥା ଓଡ଼ିଶାର ଶୁଭମ୍‌ ଦର୍ଜୀ ମଧ୍ୟ ଥିଲେ । ଏଥିପାଇଁ ଶୁଭମଙ୍କୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯିବା ସହ ପ୍ରଶଂସା କରାଯାଇଥିବା ଜଣାପଡିଛି । ତେବେ ଆସନ୍ତୁ ବଲାଙ୍ଗିର ମାଟିର ଗର୍ବ ଓ ଗୌରବ ଶୁଭମଙ୍କ ମୁହଁରୁ ଶୁଣିବା କିଛି କଥା ।

jay balangir
Leave A Reply

Your email address will not be published.

1 × three =