pakka

ବଡବଜାର ବଣିକ ସଂଘ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

l2

ଗଞ୍ଜାମ, (ପ୍ରଦିପ କୁମାର ପଣ୍ଡା) : ଗଞ୍ଜାମ ସହର ବଡବଜାର ବଣିକ ସଂଘର ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି । ଗଞ୍ଜାମ ସହରର ମିନି ଷ୍ଟାଡିୟମ ପାର୍ଶ୍ୱରେ ୫ ଦିନ ଧରି ହେବାକୁ ଥିବା ପୂଜାର ଶୁଭଖୁଣ୍ଟି ସ୍ଥାପନରେ ପଣ୍ଡିତ ରାଧା ଶତପଥୀ ଯୋଗଦେଇ ଦେବମନ୍ତ୍ର ପାଠ ପୂର୍ବକ ପୂଜା ମଣ୍ଡପର ଶୁଭ ଦିଆଯାଇଥିଲା । ବଣିକ ସଂଘ ସଭାପତି ଗୌରୀ ଶଙ୍କର ବାରିକ, ସମ୍ପାଦକ କାହ୍ନୁ ଚରଣ ପଣ୍ଡା, କୋଷାଧ୍ୟକ୍ଷ ଜି.ରାମଦାସ ରେଡି, ଦେବ ଦାଶ, ରମେଶ ମହାପାତ୍ର, ଭେଂକେଟେଶ୍ୱର ବୈଠରୁ ପ୍ରମୁଖ ସହ ଅନ୍ୟମାନେ ଉପସ୍ଥିତ ଥିଲେ । ଚଳିତ ବର୍ଷ ୨୩ତମ ଗଜଲକ୍ଷ୍ମୀ ପୂଜାକୁ କୋଭିଡ କଟକଣା ନିୟମାନୁଯାୟୀ ନିରାଡ଼ମ୍ବର ଭାବେ ପାଳନ କରାଯିବ ବୋଲି ବଣିକ ସଂଘ କୋଷାଧ୍ୟକ୍ଷ ଜି.ରାମଦାସ ପ୍ରକାଶ କରିଛନ୍ତି ।

pp
Leave A Reply

Your email address will not be published.

nineteen − 10 =