jayashree

ସଇଁତଲା ହୋଣ୍ଡା ସୋ’ରୁମ୍‌ରେ ପ୍ରଶାସନର ଚଢ଼ାଉ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ହୋଣ୍ଡା ସୋରୁମ୍‌ରେ ପ୍ରଶାସନର ଚଢ଼ାଉ। ବେଆଇନ ଭାବେ ଗଚ୍ଛିତ ଥିଲା ୧୫ଟି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର। ଚଢ଼ା ଦରରେ ଗ୍ୟାସ୍ ବିକ୍ରି ଅଭିଯୋଗ ପରେ ଆକ୍ସନ୍ ମୋଡ୍‌କୁ ଆସିଛି ଯୋଗାଣ ବିଭାଗ। ବଲାଙ୍ଗିର ଜିଲ୍ଲା ସଇଁତଲାସ୍ଥିତ ହୋଣ୍ଡା ସୋରୁମ୍‌ରେ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ମହଜୁଦ ରଖାଯାଇଥିବା ଅଭିଯୋଗରେ ଚଢ଼ାଉ କରିଛି ପ୍ରଶାସନ। ଟିଟିଲାଗଡ଼ ଏସିଏସ୍‌ଓ, ଯୋଗାଣ ଅଧିକାରୀ ଓ ସଇଁତଲା ଅତିରିକ୍ତ ତହସିଲଦାରଙ୍କୁ ନେଇ ଗଠିତ ମିଳିତ ଟିମ୍ ଏହି ଚଢ଼ାଉ କରିଥିଲା । ଯାଞ୍ଚ ସମୟରେ ସୋରୁମ୍‌ରୁ ୧୫ଟି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଜବତ କରାଯାଇଛି। ଦୀର୍ଘଦିନ ଧରି ବେଆଇନ ଭାବେ ଗ୍ୟାସ୍ ମହଜୁଦ ରଖିବା ସହ ଗ୍ରାହକଙ୍କୁ ଚଢ଼ା ଦରରେ ବିକ୍ରି କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହାପରେ ଯୋଗାଣ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଜବତ ସିଲିଣ୍ଡରକୁ ନେଇ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ଏହି ବେଆଇନ କାରବାର ପଛରେ ଆଉ କାହାର ହାତ ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave A Reply

Your email address will not be published.